Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ପଦବିରେ ଥାଇ ଏହି ନେତାମାନେ ଲଢିଥିଲେ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ: ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇଛି । ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପି ବାଜି ମାରି ନେଇଥିବା ବେଳେ ତେଲେଙ୍ଗାନା ହାତକୁ ଯାଇଛି କଂଗ୍ରେସ । ତେବେ ଏହି ସବୁ ରାଜ୍ୟ ଗୁଡ଼ିକରେ ମୁଖ୍ୟମନ୍ତ୍ରୀ ପଦବିରେ ଥାଇ ଲଢ଼ିଥିବା ନେତାମାନେ ନିର୍ବାଚନରେ ବିଜୟ ହାସଲ କରିଛନ୍ତି ।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ବୁଧନୀ ଆସନରେ ନିର୍ବାଚନ ଲଢ଼ିଥିଲେ । ସେ ୧,୬୪,୯୫୧ ଖଣ୍ଡ ଭୋଟ ପାଇଥିଲେ । ସେ କଂଗ୍ରେସ ପ୍ରାର୍ଥୀ ବିକ୍ରମ ମସ୍ତାଲ ଶର୍ମାଙ୍କଠାରୁ୧,୦୪,୯୭୪ ଖଣ୍ଡ ଭୋଟ୍ ବ୍ୟବଧାନରେ ଜିତିଛନ୍ତି । ସେହିପରି ଛତିଶଗଡ଼ର ପାଟନରେ ଭୂପେଶ ବଘେଲଙ୍କୁ ୯୫,୪୩୮ ଖଣ୍ଡ ଭୋଟ ମିଳିଥିବା ବେଳେ ସେ ନିକଟତମ ପ୍ରାର୍ଥୀ ବିଜୟ ବଘେଲଙ୍କୁ୧୯,୭୨୩ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ।

ସେହିପରି ରାଜସ୍ଥାନରେ ଅଶୋକ ଗହଲୋତ ସରଦାରପୁରାରେ ୯୬,୮୫୯ ଖଣ୍ଡ ଭୋଟ ପାଇଛନ୍ତି । ସେ ନିକଟତମ ବିଜେପି ପ୍ରାର୍ଥୀ ମହେନ୍ଦ୍ର ରାଠୋରଙ୍କୁ ୨୬,୩୯୬ ଖଣ୍ଡ ଭୋଟରେ ପରାସ୍ତ କରିଥିବା ବେଳେ ତେଲେଙ୍ଗାନାର ଗଜୱେଲରେ କାଲଭାକୁନ୍ତଳା ଚନ୍ଦ୍ରଶେଖର ରାଓ (କେସିଆର)ଙ୍କୁ ୧,୧୧,୬୮୪ ଖଣ୍ଡ ଭୋଟ ମିଳିଛି । ବିଜେପି ପ୍ରାର୍ଥୀ ଇତଲା ରାଜେନ୍ଦ୍ରଙ୍କ ବିପକ୍ଷରେ କେସିଆର ୪୫,୦୩୧ ଖଣ୍ଡ ଭୋଟ୍ ବ୍ୟବଧାନରେ ନିର୍ବାଚନ ଜିତିଛନ୍ତି ।

Leave A Reply

Your email address will not be published.