Latest Odisha News

BREAKING NEWS

ତେଲେଙ୍ଗାନା: ବିଜୟୀ ଦଳର କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଏବଂ ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ହରାଇ ଚର୍ଟ୍ଟାରେ ଏହି ବିଜେପି ନେତା

ହାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳର ସାମଗ୍ରିକ ବିଜୟ ସତ୍ତ୍ୱେ କାମାରେଡ୍ଡି ନିର୍ବାଚନ ମଣ୍ଡଳୀରେ ବିଜେପିର କଟିପଲ୍ଲୀ ଭେଙ୍କଟ ରାମନ୍ନା ରେଡ୍ଡୀ ଆଶ୍ଚର୍ଯ୍ୟଜନକ ଭାବେ ବିଜୟୀ ହୋଇଛନ୍ତି। ଏହି ଅପ୍ରତ୍ୟାଶିତ ବିଜୟ ରାଜ୍ୟର ରାଜନୈତିକ ମହଲକୁ ସରଗରମ କରିଛି। କାରଣ ଏହି ଆସନରୁ ଭାରତ ରାଷ୍ଟ୍ର ସମିତିର କେସିଆର ତଥା ନିଜେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଏବଂ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ରେବନ୍ତ ରେଡ୍ଡୀ ପ୍ରାର୍ଥୀ ହୋଇଥିଲେ। ହେଲେ ବିଜେପିର କାଟିପଲ୍ଲୀ ଭେଙ୍କଟ ରମନ୍ନା ରେଡ୍ଡୀ ଦୁଇ ପ୍ରମୁଖ ନେତାଙ୍କୁ ହରାଇବା ପରେ ସେ ଏବେ ଚର୍ଚ୍ଚାରେ।

କେବଳ ଦ୍ୱାଦଶ ଶ୍ରେଣୀ ଯାଏଁ ପାଠ ପଢ଼ିଥିବା ଏହି ୫୩ ବର୍ଷୀୟ ନେତା ସାଧାରଣ ରାଜନୈତିକ ପ୍ରାର୍ଥୀ ନୁହନ୍ତି। ତାଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ସମ୍ପତ୍ତି ଥିବା ବେଳେ ତାଙ୍କର ଘୋଷିତ ସମ୍ପତ୍ତିର ମୂଲ୍ୟ ୪୯.୭ କୋଟି ଟଙ୍କା ବୋଲି ନିର୍ବାଚନ ସତ୍ୟପାଠରେ ଦର୍ଶାଯାଇଛି। ତେବେ ତାଙ୍କ ବିରୋଧରେ ରୁଜୁ ହୋଇଥିବା ୧୧ଟି ଅପରାଧିକ ମାମଲାର ବୋଝ ମଧ୍ୟ ସେ ବହନ କରୁଛନ୍ତି।

ଏସବୁ ଚାଲେଞ୍ଜ ସତ୍ତ୍ୱେ କାଟିପଲ୍ଲୀ ଉଭୟ କେସିଆର ଓ ରେବନ୍ତ ରେଡ୍ଡୀଙ୍କୁ ୬ ହଜାର ଭୋଟ ବ୍ୟବଧାନରେ ପରାସ୍ତ କରି ଚମତ୍କାର ବିଜୟ ହାସଲ କରିବାରେ ସଫଳ ହୋଇଛନ୍ତି। ତାଙ୍କର ଏହି ବିଜୟ ପଛରେ ରହିଛି ସ୍ଥାନୀୟ ଲୋକଙ୍କ ସହ ତାଙ୍କର ନିବିଡ଼ ସମ୍ପର୍କ, ବିକାଶ ପ୍ରସଙ୍ଗ ଉପରେ ତାଙ୍କର ଗୁରୁତ୍ୱ, ବିଜେପିର ପ୍ରଭାବୀ ପ୍ରଚାର ରଣନୀତି।

କାଟିପଲ୍ଲୀଙ୍କ ଏହି ବିଜୟ ତେଲେଙ୍ଗାନାରେ ବିଜେପିର ଲୋକପ୍ରିୟତାକୁ ପ୍ରମାଣିତ କରୁଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି। କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଟ୍ୱିଟ୍ କରି କାଟିପଲ୍ଲୀଙ୍କ ବିଜୟକୁ ସ୍ୱାଗତ କରିବା ସହ ତାଙ୍କୁ ମହାନ ବ୍ୟକ୍ତି ବୋଲି କହିଛନ୍ତି, ଯାହାକୁ ଅଣଦେଖା କରିବା ଉଚିତ ନୁହେଁ।

Leave A Reply

Your email address will not be published.