Latest Odisha News

BREAKING NEWS

ୟୁପି ନିର୍ବାଚନ: ସୋନଭଦ୍ରର ୧୧ ଗ୍ରାମ ଶେଷ ଥର ପାଇଁ ଦେବେ ଭୋଟ

ଲକ୍ଷ୍ନୌ: ୟୁପି ନିର୍ବାଚନ ସରଗରମ ଜୋର ଧରିଥିବା ବେଳେ ସୋନଭଦ୍ରର ୧୧ଟି ଗ୍ରାମ କିନ୍ତୁ ଏହାଠାରୁ ଦୂରରେ ରହିଛି । ୟୁପିରାଜନୈତିକ ଦଳ ଏବଂ ନେତାଙ୍କ ଏହି ଗ୍ରାମଗୁଡିକ ପ୍ରତି ଏତେଟା ଆଗ୍ରହ ପ୍ରକାଶ କରୁ ନାହାନ୍ତି । ଭୋଟ ଦେବା ପ୍ରତି ଗ୍ରାମବାସୀଙ୍କ ଆଗ୍ରହ ମଧ୍ୟ ନାହିଁ । ୨୦୨୨ରେ ଶେଷ ଥର ପାଇଁ ଏଠାରେ ବିଧାନସଭା ନିର୍ବାଚନ ହେବ । ଏହା ପରେ ଦେଶର ନକ୍ସାରୁ ଏହି ଗ୍ରାମଗୁଡିକ ଲିଭିଯିବ ।

BjdElectrycity

ଏହାର କାରଣ ହେଲା ୟୁପି, ଛତଶଗଡ ଓ ଝାରଖଣ୍ଡ ସୀମାରେ ଲାଗି ରହିଥିବା ୩ ରାଜ୍ୟର ୨୧ ଗ୍ରାମରେ ସିଂଚାଇ ପରିଯୋଜନା ପ୍ରୋଜେକ୍ଟ ୨୦୨୨ରେ ସମ୍ପୂର୍ଣ୍ଣ ହେବ । କଂହର ବନ୍ଧରୁ ପାଣି ଛଡାଯିବା ଫଳରେ ଏହି ୨୧ ଗ୍ରାମ ଜଳମଗ୍ନ ହୋଇଯିବ । ୟୁପି ଦୁଦ୍ଧି ବିଧାନସଭାରେ ଥିବା ଏହି ଗ୍ରାମଗୁଡିକ ହେଲା ଲାମ୍ବି, ରନଦହଟୋଲା, ସୁଗୱାମାନ, କୁଦରୀ, କୋରଚୀ, ସୁନ୍ଦରୀ, ଭୀସୁର, ଅମୱାର, ଗୋହଡ, ବରଖୋହରା ଓ ବଧାଡୁ ।

Comments are closed, but trackbacks and pingbacks are open.