Latest Odisha News

BREAKING NEWS

ଯାଜପୁରରେ ପଞ୍ଚାୟତ ନିର୍ବାଚନ ତାତି, କିଏ କରିବ ବାଜିମାତ?

ଯାଜପୁର: ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ୍ ବାଜି ସାରିଛି । ଗାଁଗାଁରେ ଛକ ବଜାରରେ ପୋଷ୍ଟର ବ୍ୟାନର ଲାଗି ସାରିଛି । ସିଟ୍ ହାତେଇବା ପାଇଁ ନେତାଙ୍କ ପ୍ରତିଶ୍ରୁତି ସାଙ୍ଗକୁ ଦେଖିବାକୁ ମିଳିଛି ସଭାକାର୍ଯ୍ୟ ଓ ବାଇକ୍ ର୍ୟାଲି । ପଞ୍ଚାୟତ ନିର୍ବାଚନ ପାଇଁ ଯାଜପୁର ଜିଲ୍ଲାରେ ମଧ୍ୟ ରାଜନୈତିକ ଉଷ୍ମତା ଦେଖାଦେଇଛି । ଜିଲ୍ଲାରେ ୭ଟି ବିଧାନସଭା ଆସନକୁ ନେଇ ରାଜନୈତିକ ମାହୋଲ ସରଗରମ ରହିଛି । ତେବେ ହଟ୍ସ୍ପଟ୍ରେ ରହିଛି ବରୀ ନିର୍ବାଚନ ମଣ୍ଡଳୀ । ଅନ୍ୟ ନିର୍ମାଚନୀ ମଣ୍ଡଳୀ ତୁଳନାରେ ବରୀରେ ବିଜେଡ଼ି ୬ଟି ଜୋନରେ ଜିଲ୍ଲାପରିଷଦ, ଚେୟାରମ୍ୟାନ ଓ ସରପଞ୍ଚ ପ୍ରାର୍ଥୀ ଜିତିବା ନେଇ ଦୃଢକ୍ତି ପ୍ରକାଶ କରିଛି । ଗୋଟେପଟେ ବିଜେଡି ବିଧାୟିକା ସୁନନ୍ଦା ଦାସ ନିଜର ଦଳୀୟ କାର୍ଯ୍ୟକ୍ରମ କରୁଥିବା ବେଳେ ଅନ୍ୟପଟେ ବିଜେପିରୁ ନୂଆ କରି ବିଜେଡିରେ ଯୋଗ ଦେଇଥିବା ଯୁବନେତା ବିଶ୍ୱମଲ୍ଲିକ ମଧ୍ୟ ସାଙ୍ଗଠନିକ କାର୍ଯ୍ୟକ୍ରମ ଜୋରଦାର କରିଛନ୍ତି ।

ଗୋଷ୍ଠୀ କନ୍ଦଳକୁ ଆକ୍ଷେପ କରି ବିଜେଡିକୁ ଉଭୟ ବିଜେପି ଓ କଂଗ୍ରେସ ଶଣ୍ଢୁଆସି ଆକ୍ରମଣ କରିଛନ୍ତି । ପୂର୍ବରୁ ବିଜେଡିର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟି ଦଳୀୟ କନ୍ଦଳ ପଦାରେ ପଡିଥିବା କହିଛି ବିଜେପି ଓ କଂଗ୍ରେସ ।

ପଂଚାୟତ ନିର୍ମାଚନରେ ସଫଳତା ନେଇ ଉଭୟ ଶାସକ ଓ ବିରୋଧୀ ଦଳ ଆଶାୟୀ ଅଛନ୍ତି । ଏପରି ସ୍ଥିତିରେ ରାଜନୈତିକ ଦଳମାନେ ପରସ୍ପରକୁ କାଦୁଅ ଫୋପଡାକୁ କିଛି ନୂଆ କଥା ନୁହେଁ । ଏବେ ଦେଖିବାକୁ ବାକି ରହିଲା କାହା ଗୋଟି ଚାଳନା ପଂଚାୟତ ନିର୍ବାଚନରେ କମାଲ ଦେଖାଉଛି ।

Comments are closed, but trackbacks and pingbacks are open.