Latest Odisha News

BREAKING NEWS

ବିଧାନସଭା ପ୍ରଶ୍ନକାଳ ଆଜି ବି ଠପ୍, ଦିନ ସାଢ଼େ ୧୧ଟା ଯାଏ ମୁଲତବି

ଭୁବନେଶ୍ୱର: ଆଜି ଶେଷ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ । ଶେଷ ଦିନରେ ବି ଚାଲି ପାରିଲା ନାହିଁ ପ୍ରଶ୍ନକାଳ । ଗୃହ କାର୍ୟ୍ୟ ଆରମ୍ଭରୁ ବିରୋଧୀ ନାରାବାଜି ଓ ହଟ୍ଟଗୋଳ କରିଥିଲେ । ଫଳରେ ବାଚସ୍ପତି ଦିନ ସାଢ଼େ ୧୧ଟା ଯାଏ ଗୃହକୁ ମୁଲତବି ଘୋଷଣା କରିଛନ୍ତି ।

ଗୃହରେ ଖଣି ଦୁର୍ନୀତି ଓ ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରି ମୃତ୍ୟୁବରଣ କରିଥିବା କୁଜଙ୍ଗ ଅଞ୍ଚଳର ଦୁଷ୍କନ୍ତ ଦାସଙ୍କ ପ୍ରସଙ୍ଗ ଉଠାଇଥିଲା ବିଜେପି । ବିଜେପି ସଦସ୍ୟଙ୍କ ପ୍ରବଳ ହୋହଲ୍ଲା ଯୋଗୁ ପ୍ରଶ୍ନକାଳ ଚାଲି ପାରିଲା ନାହିଁ ।

ଗତକାଲି ଖଣି ଦୁର୍ନୀତି ପ୍ରସଙ୍ଗରେ ଆଲୋଚନା ପାଇଁ ବାଚସ୍ପତି ସହମତି ଦେଇ ନଥିବା ଅଭିଯୋଗରେ ତାଙ୍କୁ ଘେରାଉ କରିଥିଲେ ବିରୋଧୀ । ଫଳରେ ଗୃହ ବାରମ୍ବାର ମୁଲତବି ହୋଇଥିଲା । ଆଜି ଶେଷ ହେଉଛି ବିଧାନସଭାର ଚଳିତ ମୌସୁମୀ ଅଧିବେଶନ ।

Leave A Reply

Your email address will not be published.