Latest Odisha News

BREAKING NEWS

ତାଲିବାନ ବର୍ବରତାର ଫଟୋ ଦେଖିଲେ ଛାତି ଫାଟିଯିବ, ବିରୋଧ ଖବର ସଂଗ୍ରହ କରିଥିବା ସାମ୍ବାଦିକଙ୍କୁ ଏମିତି ମାଡ଼

କାବୁଲ: ଆଫଗାନିସ୍ତାନରେ ତାଲିବାନ ରାଜ ଆରମ୍ଭ ହୋଇଛି । ବର୍ବରତା ବି ସୀମା ଟପିଲାଣି । ନରସଂହାର କରୁଛନ୍ତି ତାଲିବାନୀ । ଲୋକଙ୍କୁ ଧମକାଉଛନ୍ତି । ଫତଓ୍ୱା ଜାରି କରୁଛନ୍ତି । କଥା କଥାରେ ବନ୍ଧୁକ ଦେଖାଉଛନ୍ତି । ବିରୋଧ କଲେ ଗୁଳି ମାରୁଛନ୍ତି । ତାଲିବାନ ବିରୋଧରେ ସ୍ୱର ଉଠାଉଥିବା ଲୋକଙ୍କର ଖବର ସଂଗ୍ରହ କରିଥିବା ଦୁଇ ସାମ୍ବାଦିକଙ୍କ ଉପରେ ବର୍ବରତା ସୀମା ଟପିଛି । ଏହାର ଗୋଟିଏ ଫଟୋକୁ ନେଇ ଏବେ ବିଶ୍ୱବ୍ୟାପୀ ଚର୍ଚ୍ଚା ।

ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ଘୋଷଣା ପରେ ବିଭିନ୍ନ ମହିଳା ସଂଗଠନ ଓ ସାଧାରଣ ଲୋକ ସେମାନଙ୍କ ଅଧିକାର ନେଇ ରାସ୍ତାକୁ ଓହ୍ଲାଇଥିଲେ । ସେମାନେ ପାକିସ୍ତାନ ଓ ଆଇଏସଆଇ ବିରୋଧୀ ସ୍ଲୋଗାନ୍ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେତେବେଳେ ଖବର ସଂଗ୍ରହ କରିଥିବା ସାମ୍ବାଦିକଙ୍କୁ ଦଣ୍ଡ ଦେଇଛନ୍ତି ତାଲିବାନୀ ।

ବିରୋଧ ପ୍ରଦର୍ଶନ ବେଳେ ଖବର ସଂଗ୍ରହ କରିଥିବା ସାମ୍ବାଦିକଙ୍କୁ ଗିରଫ କରିଥିଲା ତାଲିବାନ । ପରେ ସେମାନେଙ୍କୁ ନିସ୍ତୁକ ପିଟିଛନ୍ତି । ଶରୀରର ପଛଭାଗରେ ଗଭୀର ଆଘାତର ଚିହ୍ନ ସ୍ପଷ୍ଟ କରୁଛି କ୍ରୁର ତାଲବାନୀଙ୍କ ଅସଲ ଚେହେରା । ତାଲିବାନୀ ଆତଙ୍କୀଙ୍କ ବର୍ବରତା, ଭୟ ଓ ଆତଙ୍କର ହୃଦୟବିଦାରକ ଚିତ୍ର ସାରା ବିଶ୍ୱକୁ ବ୍ୟଥିତ କରୁଛି ।

ଏବେଠୁ ଯଦି ଏମିତି ନିର୍ଯାତନା ଦିଆଯାଉଛି ଆଗକୁ ସରକାର ଗଠନ ପରେ ସେମାନେ କଣ କରିବେ ତାହା ଜଳଜଳ କରି ଦେଖାଯାଉଛି । ଏଣିକି ବିରୋଧ ପ୍ରଦର୍ଶନ ପାଇଁ ତାଲିବାନ ଫତଓ୍ୱା ଜାରି କରିଛି । କୌଣସି ବିରୋଧ କିମ୍ବା ବିକ୍ଷୋଭ ପୂର୍ବରୁ ତାଲିବାନ ମିନିଷ୍ଟ୍ରି ଅପ୍ ଜଷ୍ଟିସରୁ ଅନୁମତି ଆଣିବାକୁ ହେବ ।

Leave A Reply

Your email address will not be published.