Latest Odisha News

ହରିୟାଣାରେ ବିଜେପି-କଂଗ୍ରେସ ମଧ୍ୟରେ କଡ଼ା ଟକ୍କର: ସକାଳ ୧୦ ଟା ସୁଦ୍ଧା କଂଗ୍ରେସକୁ ଟପିଲା ବିଜେପି

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ଜମ୍ମୁ-କାଶ୍ମୀର ଓ ହରିୟାଣା ବିଧାନସଭା ନିର୍ବାଚନ ଭୋଟ ଗଣତି। ଖୋଲିବ ଇଭିଏମ, ପ୍ରକାଶ ପାଇବ ଜନତା ଜନାର୍ଦ୍ଦନଙ୍କ ରାୟ। ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ବିଜେପି, କଂଗ୍ରେସ ନା ଅନ୍ୟ କିଛି ଆଞ୍ଚଳିକ ଦଳ ପାଇବେ ବହୁମତ। ତାହା ଆଉ କିଛି ସମୟ ମଧ୍ୟରେ ସ୍ପଷ୍ଟ। ତେବେ ହରିୟାଣାରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ସକାଳ ୧୦ ଟା ସୁଦ୍ଧା ବିଜେପି ଆଗରେ ରହିଛି।

ହରିୟାଣା ବିଧାନସଭା ନିର୍ବାଚନ ଭୋଟ ଗଣତିର ପ୍ରାରମ୍ଭିକ ଟ୍ରେଣ୍ଡରେ କଂଗ୍ରେସ ଲିଡ୍‌ କରୁଥିଲା। ୫୧ଟି ଆସନରେ ଆଗୁଆ ଥିଲା କଂଗ୍ରେସ। ଏବେ କିନ୍ତୁ ବିଜେପି ଲିଡ କରୁଛି। ହରିୟାଣାରେ କଂଗ୍ରେସକୁ ଟପିଲା ବିଜେପି। ମ୍ୟାଜିକ ନମ୍ବର ୪୬ ଟପିଲା ବିଜେପି। ଲଗାତାର ତୃତୀୟ ଥର ସରକାର କରିବା ସମ୍ଭାବନା ରହିଛି। ଅନ୍ୟପଟେ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସାଇନି ଖୁସି ବ୍ୟକ୍ତ କରି କହିଛନ୍ତି ଯେ ବହୁମତ ଭୋଟରେ ଜିତିବ ବିଜେପି । ଆମେ ଶାସନ ନୁହେଁ, ସେବା କରିଛୁ।

ହରିୟାଣାରେ ମୋଟ ୯୦ ବିଧାନସଭା ଆସନରେ ୬୭.୯୦ ପ୍ରତିଶତ ମତଦାନ ହୋଇଥିଲା। ୨୦୧୯ରେ ୬୮.୮୪ ପ୍ରତିଶତ ଓ ୨୦୧୪ ବିଧାନସଭା ନିର୍ବାଚନରେ ୭୬.୧୩ ପ୍ରତିଶତ ମତଦାନ ହୋଇଥିଲା। ଗତ ଦୁଇ ନିର୍ବାଚନ ତୁଳନାରେ ଚଳିତ ବର୍ଷ ମତଦାନ ହାର କମିଛି। ଆଜି ୧୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ହେବ ନିର୍ଦ୍ଧାରଣ। ସେମାନଙ୍କ ମଧ୍ୟରେ ପ୍ରମୁଖ ପ୍ରାର୍ଥୀ ରହିଛନ୍ତି ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି, କଂଗ୍ରେସ ନେତା ଭୁପେନ୍ଦ୍ର ସିଂହ ହୁଦା, ଜେଜେପିର ଦୁଶ୍ୟନ୍ତ ଚୌତାଲା, କଂଗ୍ରେସର ଭିନେଶ ଫୋଗଟା ।

Leave A Reply

Your email address will not be published.