Latest Odisha News

ରାଜ୍ୟରେ ଥାନା ଓ ଫାଣ୍ଡି ଖୋଲିବା ନେଇ ଗୃହରେ ଉଦବେଗ, ଏହି ନିର୍ଦ୍ଦେଶ ଦେଲେ ବାଚସ୍ପତି

ଭୁବନେଶ୍ୱର: ରାଜ୍ୟରେ ନୂଆ ଥାନା ଓ  ଫାଣ୍ଡି ଖୋଲିବା ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି । ୬୮ଟି ନୂଆ ଥାନା, ୧୦୩ଟି ଫାଣ୍ଡି ଓ ୩ ଥାନାର ନବୀକରଣ କରିବା ପାଇଁ ୬୦ଜଣ ବିଧାୟକମାନେ ପ୍ରସ୍ତାବ ଦେଇଥିଲେ । ବାଚସ୍ପତି ରୁଲିଂ ଦେବା ସହ ବିଧାୟକମାନଙ୍କ ପ୍ରସ୍ତାଵ ପରେ ବି ଏହା କାର୍ଯ୍ୟକାରୀ ହେଉ ନଥିବାରୁ ଆଜି ଗୃହରେ ଉଦବେଗ ପ୍ରକାଶ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

BjdElectrycity

ସେହିପରି ନୟାଗଡ଼ ରଣପୁର ବିଜେଡି ବିଧାୟକ ସତ୍ୟନାରାୟଣ ପ୍ରଧାନ ମଧ୍ୟ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନେଇ ଉଦବେଗ ପ୍ରକାଶ କରିଛନ୍ତି । ପ୍ରଶ୍ନକାଳରେ ସେ କହିଥିଲେ, ରାଜ୍ୟରେ ଥାନା ଓ ଫାଣ୍ଡିର ଅଭାବ ରହିଛି । ବଢୁଛି ଅସାମାଜିକ କାର୍ଯ୍ୟକଳାପ । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗୁଡୁଛି ବୋଲି ରଣପୁର ବିଧାୟକ କହିଥିଲେ ।

ରାଜ୍ୟରେ ଥାନା ଓ ଫାଣ୍ଡି ଖୋଲିବା ନେଇ ଗୃହରେ ୪୦ ବିଧାୟକଙ୍କ ଉଦବେଗକୁ ଦେଖି ରୁଲିଂ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ସେ ପୋଲିସ ଡିଜି, ଡିଆଇଜି କ୍ରାଇମବ୍ରାଞ୍ଚ ଓ ଗୃହ ସଚିବଙ୍କୁ ଡାକି ଆଲୋଚନା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ପ୍ରଶ୍ନକାଳ ସରିବା ପରେ ବୈଠକ ଡାକି ଆଲୋଚନା କରିବା ସହ ଗୃହରେ ଏକ ବିବୃତି ରଖିବାକୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।

Leave A Reply

Your email address will not be published.