Latest Odisha News

BREAKING NEWS

ଭେଣ୍ଡି ଦର ଆକାଶଛୁଁଆ; କେଜିକୁ ୮୦୦ ଟଙ୍କା

ଭୋପାଳ: ଆକାଶଛୁଁଆ ଭେଣ୍ଡି ଦର। ‌୧ କେ.ଜିକୁ ୮୦୦ ଟଙ୍କାରେ ବିକ୍ରି ହେଉଛି ଭେଣ୍ଡି। ରିପୋର୍ଟ ଅନୁଯାୟୀ ମଧ୍ୟପ୍ରଦେଶର ଭୋପାଳରେ ଖଜୁରୀ କାଲାନ ଅଞ୍ଚଳର ଜଣେ ଚାଷୀ ମିସ୍ରିଲାଲ ରାଜପୁତ ତାଙ୍କ ବଗିଚାରେ ନାଲି ଓକରା ଅର୍ଥାତ୍‌ ନାଲି ଭେଣ୍ଡି ଫଳାଇଛନ୍ତି। ଯାହାର ଦାମ୍‌ କେଜିକୁ ୮୦୦ ଟଙ୍କା ରହିଛି।

ଏକ ସାକ୍ଷାତକାରରେ ସେ ତାଙ୍କ ଭେଣ୍ଡି ପ୍ରଜାତିର ଉପକାରିତା ଉପରେ ଆଲୋକପାତ କରିଥିଲେ।

ସେ କହିଛନ୍ତି, “ମୁଁ ଯେଉଁ ଭେଣ୍ଡି ଫଳାଇଛି ଏହା ସାଧାରଣ ସବୁଜ ରଙ୍ଗର ନୁହେଁ ବରଂ ଏହାର ରଙ୍ଗ ଲାଲ। ଏହା ସବୁଜ ସବୁଜ ରଙ୍ଗର ଭେଣ୍ଡି ଅପେକ୍ଷା ଅଧିକ ଲାଭଦାୟକ ଏବଂ ପୁଷ୍ଟିକର ଅଟେ। ହୃଦୟ ଏବଂ ରକ୍ତଚାପ, ମଧୁମେହ, ଉଚ୍ଚ କୋଲେଷ୍ଟ୍ରଲ ସମ୍ମୁଖୀନ ହେଉଥିବା ଲୋକଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ଅଟେ।”।

ସେ ଆହୁରି କହିଛନ୍ତି ଯେ “ମୁଁ ବାରାଣାସୀର ଏକ କୃଷି ଗବେଷଣା ପ୍ରତିଷ୍ଠାନରୁ ୧ କିଲୋଗ୍ରାମ ମଞ୍ଜି କିଣିଥିଲି। ମୁଁ ଜୁଲାଇ ପ୍ରଥମ ସପ୍ତାହରେ ସେଗୁଡିକୁ ବୁଣିଥିଲି। ପ୍ରାୟ ୪୦ ଦିନ ମଧ୍ୟରେ ଏହା ବଢିବାରେ ଲାଗିଲା।”

ରାଜପୁତଙ୍କ ଅନୁଯାୟୀ, ଲାଲ୍ ଭେଣ୍ଡି ଚାଷ ସମୟରେ କୌଣସି କ୍ଷତିକାରକ କୀଟନାଶକ ବ୍ୟବହାର କରାଯାଇ ନଥିଲା।

ରାଜପୁତ କହିଛନ୍ତି ଯେ ଏକ ଏକର ଜମିରେ ସର୍ବନିମ୍ନ ୪୦ରୁ ୫୦ କ୍ୱିଣ୍ଟାଲ ଏବଂ ସର୍ବାଧିକ ୭୦ରୁ ୮୦ କ୍ୱିଣ୍ଟାଲ ଚାଷ କରାଯାଇପାରିବ।

ତାଙ୍କ ଉତ୍ପାଦର ବିକ୍ରୟ ଏବଂ ମୂଲ୍ୟ ବିଷୟରେ ସେ କହିଛନ୍ତି, “ଏହି ଭେଣ୍ଡି  ସାଧାରଣ ଭେଣ୍ଡି  ଅପେକ୍ଷା ୫ରୁ ୭ ଗୁଣ ମହଙ୍ଗା ଅଟେ। ଏହା କେତେକ ମଲରେ ୨୫୦ ଗ୍ରାମ ଓ ୫୦୦ ଗ୍ରାମ ପିଛା ଯଥାକ୍ରମେ ୭୫ରୁ ୮୦ ଟଙ୍କା, ୩୦୦ରୁ ୪୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। “

Leave A Reply

Your email address will not be published.