Latest Odisha News

ଜେଲ ଗଲେ ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର

ରାଉରକେଲା: ଆସିଷ୍ଟାଣ୍ଟ କଲେକ୍ଟର ମନରୋଞ୍ଜନ ନାଏକଙ୍କୁ ଗିରଫ କରିଛି ଭିଜିଲାନ୍ସ । ଦୁଇ କୋଟିରୁ ଅଧିକ ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଗିରଫ ହୋଇଛନ୍ତି । ଗତକାଲି ଏକାସଂଗେ ୫ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ ଟିମ୍ । ତେବେ ଗିରଫ ପରେ ଆଜି କୋର୍ଟ ଚାଲାଣ ହେବ ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଜିଲ୍ଲାପାଳଙ୍କ ଘରେ ଭିଜିଲାନ୍ସ ରେଡ୍‌ ହୋଇଥିଲା । ଏକାସାଙ୍ଗେ ରାଉରକେଲା ଛେଣ୍ଡରେ ଦୁଇଟି ଘର, ଅଫିସ , ଭୁବନେଶ୍ୱର ସ୍ଥିତ ଘର, ପୈତୃକ ଘରକୁ ମିଶାଇ ମୋଟ ୭ ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ହୋଇଥିଲା ।

Comments are closed, but trackbacks and pingbacks are open.