Latest Odisha News

BREAKING NEWS

ଆଜି ୪ ଘଣ୍ଟା ବନ୍ଦ ରହିବ ପୁରୀ ଶ୍ରୀମନ୍ଦିର

ପୁରୀ: ଆଜି ଶ୍ରୀମନ୍ଦିର ୪ ଘଣ୍ଟା ବନ୍ଦ ରହିବ । ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଆଜି ମହାପ୍ରଭୁଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହେଉଥିବାରୁ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଗୁପ୍ତ ସେବା ଓ ସ୍ୱତନ୍ତ୍ର ନୀତି ହୋଇଥିବାରୁ ବନ୍ଦ ରହିବ ଶ୍ରୀମନ୍ଦିର । ସନ୍ଧ୍ୟା ୫ଟାରୁ ରାତି ୯ଟା ଯାଏ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତ ମହାପାତ୍ର ସେବକମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକ ଲାଗି ନୀତି ସମ୍ପନ୍ନ କରିବେ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । ଏବେ କୋଭିଡ୍ କଟକଣାରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଭକ୍ତ ।

Comments are closed, but trackbacks and pingbacks are open.