Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ: ଏକକାଳୀନ ୫ଟି ସ୍ଥାନରେ ଚାଲିଛି ରେଡ୍

ବାରିପଦା:  ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ। ବାରିପଦା ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ବନେଶ୍ୱର ନାୟକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଚାଲିଛି  । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍  ।  ଏକ କାଳୀନ ୫ଟି ସ୍ଥାନରେ ରେଡ୍ କରାଯାଉଛି  ।  ତେବେ ଚଢାଉ ହେଉଥିବା ସ୍ଥାନ ମାନଙ୍କ ମଧ୍ୟରେ ରହିଛି ତାଙ୍କ ବାସଭବନ, ଅଫିସ ଓ ସମ୍ପର୍କୀୟଙ୍କ ଘର  ।

ବାରିପଦା ରଘୁନାଥପୁରରେ ତିନି ମହଲା ଆବାସିକ ଘର , ବଡ଼ସାହି ତଳଣ୍ଡାରେ ଥିବା ଦୁଇ ମହଲା ଘର, ତଳଣ୍ଡାରେ ଥିବା ପୈତୃକ ଘର ସହ ବୈଶିଙ୍ଗା ମାଣିତ୍ରୀରେ ଥିବା ସମ୍ପର୍କୀୟଙ୍କ ଘରେ ଚଢ଼ାଉ ଚାଲିଛି । ଏଥିସହିତ ସହକାରୀ ଯନ୍ତ୍ରୀଙ୍କ ବାରିପଦା ସରକାରୀ କାର୍ଯ୍ୟାଳୟରେ ବି ଚଢ଼ାଉ ଜାରି ରହିଛି। ଚଢ଼ାଉରେ ଦୁଇଜଣ ଅତିରିକ୍ତ ଏସପି, ୩ ଡ଼ିଏସପି, ୭ ଇନସ୍ପେକ୍ଟର, ଜଣେ ଏସଆଇ, ୭ ଏଏସଆଇ ଓ ଭିଜିଲାନ୍ସର ଅନ୍ୟ କର୍ମଚାରୀ ସାମିଲ ରହିଥିବା ଜଣାପଡିଛି  ।  ତେବେ ଏଯାଏଁ  କେତେ ପରିମାଣର ସମ୍ପତ୍ତି ଠାବ ହୋଇଛି  । ସେ ନେଇ କୌଣସି ସୂଚନା ଏପର୍ଯ୍ୟନ୍ତ ମିଳିପାରିନାହିଁ । ଚଢାଉ ଶେଷ ହେବା ପରେ ସବିଶେଷ ତଥ୍ୟ ମିଳିପାରିବ ବୋଲି ସୂଚନା ଦେଇଛି ଭିଜିଲାନ୍ସ ଟିମ୍  ।

Leave A Reply

Your email address will not be published.