Latest Odisha News

BREAKING NEWS

ରାଜସ୍ଥାନରେ ଭୟଙ୍କର ଦୁର୍ଘଟଣା: ବସକୁ ଧକ୍କା ଦେଲା ଟ୍ରକ୍, ୧୧ ମୃତ

ଦିଲ୍ଲୀ : ରାଜସ୍ଥାନରେ ଥମୁନି ସଡକ ଦୁର୍ଘଟଣା ମାମଲା  । ଦୁର୍ଘଟଣାକୁ ରୋକିବାରେ ସରକାର ଓ ପ୍ରଶାସନ ଯେମିତି ବିଫଳ ହୋଇଛନ୍ତି  । ରାଜସ୍ଥାନରେ ଆଜି ପୁଣି ଏକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି  ।  ଆଜି ସକାଳେ ରାଜସ୍ଥାନର ଭରତପୁରଠାରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି  । ଗୁଜୁରାଟରୁ ୟୁପି ଯାଉଥିବାବେଳେ  ଏକ ଯାତ୍ରୀବାହୀ ବସ କୁ ଟ୍ରକ ଧକ୍କା ଦେଇଛି  । ଫଳରେ ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି  ।

ସୂଚନା ଅନୁଯାୟୀ ଯାତ୍ରୀବାହୀ ବସଟି ରାସ୍ତାକଡରେ ଠିଆ ହୋଇଥିବାବେଳେ ଟ୍ରକଟି ଧକ୍କା ଦେଇଛି  । ଏହି ଭୟଙ୍କର ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୨ ଜଣ ଆହତ ହୋଇଥିବା ସୂଚନା ମିଳିଛି  । ସେମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି  ।  ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ରୁଜ୍ଜୁ କରିଛି ଏବଂ ଅଧିକ ଛାନଭିନ୍ ଜାରି ରଖିଛି  ।

 

Leave A Reply

Your email address will not be published.