Latest Odisha News

BREAKING NEWS

ଲାଞ୍ଚ ନେଇ ଧରାପଡିଲେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ନୂଆପଡ଼ା: ନୂଆପଡ଼ା ଖରିଆର ରୋଡ ସ୍ଥିତ ଏନଏଚ୍ ସବ-ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୋଗ ମେହେର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ, ଜିଲ୍ଲାର ଖରିଆର ରୋଡ ଅନ୍ତର୍ଗତ ଏକ ଅଞ୍ଚଳର ବାସିନ୍ଦା ସୁଶାନ୍ତ କୁମାର କୋଲାହରଙ୍କ ଅଭିଯୋଗ ପରେ ଭିଜିଲାନ୍ସ ଟିମ୍ ସମ୍ପୃକ୍ତ ଯନ୍ତ୍ରୀଙ୍କୁ ଧରିଥିଲା ।

ଅଭିଯୋଗକାରୀଙ୍କ କହିବାନୁସାରେ, ସାଇଟ୍ ଭେରିଫିକେସନ ପାଇଁ ସେ ତାଙ୍କୁ ୨୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ।

ଯାହାପରେ ସୁଶାନ୍ତ ଏନେଇ ଭିଜିଲାନ୍ସକୁ ଜଣାଇଥିଲେ । ପରେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସର କୋରାପୁଟ ଡିଭିଜନର ଅଧିକାରୀମାନେ ଲାଞ୍ଚ ନେଉଥିବା ବେଳେ ସମ୍ପୃକ୍ତ ଯନ୍ତ୍ରୀଙ୍କୁ ଧରିଥିଲେ । ଆହୁରି ମଧ୍ୟ ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଥିଲା ।

Leave A Reply

Your email address will not be published.