Latest Odisha News

ଫିଲ୍ମ ଲକ୍ଷ୍ମୀ ବମରେ ଅକ୍ଷୟଙ୍କ ନିଆରା ଅନ୍ଦାଜ, ଟ୍ରେଲର ରିଲିଜ !

ମୁମ୍ବାଇ: ରିଲିଜ୍ ହୋଇଛି ଫିଲ୍ମ ଲକ୍ଷ୍ମୀ ବମ୍ ର ଟ୍ରେଲର । ଭର୍ସାଟାଇଲ୍ ଆକ୍ଟର ଅକ୍ଷୟଙ୍କ ଏକାଧିକ କିର୍ଦାର । କମେଡି ଓ ହରର ଛୁଙ୍କ ଜରିଆରେ ଏହି ଫିଲ୍ମର ଟ୍ରେଲରଟି ଖୁବ ଇମ୍ପ୍ରେସିଭ୍ ହୋଇପାରିଛି । ଫିଲ୍ମର ଲିଡ୍ ରୋଲ୍‌ରେ ଅକ୍ଷୟ ଓ କିଆରା ଆଡଭାନୀଙ୍କୁ ଦେଖିବାକୁ ମିଳିବ ।

ଅପେକ୍ଷାର ଅନ୍ତ ଘଟାଇ ସାମ୍ନାକୁ ଆସିଛି ଟ୍ରେଲର । ଖୁବଶୀଘ୍ର ଫିଲ୍ମ ବି ଦର୍ଶକଙ୍କ ସାମ୍ନାକୁ ଆସିବ । ଫିଲ୍ମର ଟ୍ରେଲରରେ କମେଡି ସହ ହରର ର ଜବରଦସ୍ତ ତଡକା ବି ଲାଗିଛି । ଯେଉଁଠି ଅକ୍ଷୟ ଜବରଦସ୍ତ କମିକ୍ ଟାଇମିଂ ଦେଖାଇଛନ୍ତି, ସେଠି କିଆରା ଗ୍ଲାମରସ୍ ଅନ୍ଦାଜରେ ନଜର ଆସିଛନ୍ତି ।

(Courtesy: YouTube, DisneyPlus Hotstar VIP)

ଟ୍ରେଲରକୁ ଦେଖି ଯାହା ଅନୁମାନ କରାଯାଉଛି କରୋନାରେ ବି ଲୋକଙ୍କର ଦୀପାବଳୀ ବେଶ ହସଖୁସୀରେ କଟିବ । ରାଘବ ଲରେନ୍ସଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମଟିକୁ ଏକାଧିକ ପ୍ରଡକ୍ସନ ହାଉସ ସମେତ ଅଭିନେତା ତୁଷାର କାପୁରଙ୍କ ଦ୍ୱାରା ପ୍ରଯୋଜିତ ।

ତାମିଲ ମୂଭି ‘ମୁନି୨: କଂଚନା’ର ରିମେକ୍ ଭର୍ସନ୍ ଭାବେ ଏହି ଫିଲ୍ମରେ ଅକ୍ଷୟ ଟ୍ରାନ୍ସଜେଣ୍ଡର ଭୂମିକାରେ ନଜର ଆସିବେ । ଲିଡ୍ ପେୟାର ଛଡା ଏଥିରେ ଅୟେଶା ରାଜା ମିଶ୍ରା, ତୁଷାର କାପୁର ଓ ତରୁନ ଅରୋରାଙ୍କ ଭଳି ପପୁଲାର ଅଭିନେତାଙ୍କୁ ଦେଖିବାକୁ ମିଳିବ । ନଭେମ୍ବର ୯ରେ ଫିଲ୍ମଟି ସିନେମା ହଲ ବଦଳରେ ଡିଜନି ହଟ୍‌ଷ୍ଟାର୍ ପ୍ଲାଟଫର୍ମରେ ରିଲିଜ ହେବ ।

Leave A Reply

Your email address will not be published.