Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍

କଳାହାଣ୍ଡି: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସ୍ଥିତ ପୂର୍ତ୍ତ ବିଭାଗର ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ଶବରଙ୍କ କାର୍ଯ୍ୟାଳୟ, ଧର୍ମଗଡ଼ ଓ ଭବନୀପାଟଣାସ୍ଥିତ ବାସଭବନ, କାର୍ଯ୍ୟାଳୟ ଓ ଫାର୍ମ ହାଉସରେ ଭିଜିଲାନ୍ସ ବିଭାଗର ଚଢ଼ାଉ। କୋଟି କୋଟି ଟଙ୍କା ଠୁଳ ଅଭିଯୋଗ ହୋଇଛି। ଭବାନୀପାଟଣା ନିକଟସ୍ଥ ଦୁଆରସୁନିରେ ୨୦ ଏକରର ଉନ୍ନତମାନର ଅର୍ଦ୍ଧ ନିର୍ମିତ ଫାର୍ମ ହାଉସ, କୀଟପଦରରେ ୯ ଏକର ଫାର୍ମ ହାଉସ, ଗୋଶାଣୀମୁଣ୍ଡା ଘର। ବାବୁ ଫାର୍ମ ହାଉସ ସଉକ ଥିଲେ।

ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ କରାଯାଇଛି। ଭବାନୀପାଟଣା ଗୋଶାଣିମୁଣ୍ଡାରେ ଦୁଇ ମହଲା ଘର। କଳାହାଣ୍ଡି କୋକସରା ପୈତୃକ ଗାଁରେ ଦୁଇ ମହଲା ଘର। ଭବାନୀପାଟଣା କିଟପଦରରେ ଅଛି ଫାର୍ମ ହାଉସ। ଭବାନୀପାଟଣାରେ ରହିଛି ଏକ ଅର୍ଦ୍ଧନିର୍ମିତ ଘର ଉପରେ ରେଡ ଜାରି ରହିଛି।

ସରକାରୀ ଅଫିସ ଓ ସରକାରୀ କ୍ୱାଟରରେ ମଧ୍ୟ ଚଢ଼ାଉ ଚାଲିଛି। ଭିଜିଲାନ୍ସର ୬ ଡିଏସପି, ୯ ଜଣ ଇନିସ୍ପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀ ଚଢ଼ାଉରେ ସାମିଲ। ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର , ବ୍ୟାଙ୍କ ଆକାଉଣ୍ଟ, ଏଲାଆଇସି, ଜମି କାଗଜପତ୍ରକୁ ତଦନ୍ତ ଚଳାଇଛି ବିଭାଗ । ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ଚାଲିଛି ଚଢ଼ାଉ ।

Leave A Reply

Your email address will not be published.