Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ କୋଟିପତି ସହକାରୀ ଯନ୍ତ୍ରୀ, ଭୁବନେଶ୍ୱରରେ ରହିଛି ଏକାଧିକ ପ୍ଲଟ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଯନ୍ତ୍ରୀ । କଟକ ଜିଲ୍ଲା ଡମପଡ଼ା ବ୍ଲକ ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ରାଉତ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ କରିଛି । ଭିଜିଲାନ୍ସ ୪ ଜଣ ଡିଏସପିଙ୍କ ନେତୃତ୍ୱରେ ଏକାଧିକ ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି । ଚଢ଼ାଉ ବେଳେ ଠାବ ହୋଇଛି କୋଟି କୋଟି ଟଙ୍କାର ସମ୍ପତ୍ତି ।

୧.୨୫ କୋଟିର ବିଲ୍ଡିଂ ସହ ଭୁବନେଶ୍ୱର, କଟକ ଓ କେନ୍ଦ୍ରାପଡ଼ା ଜନଗହଳିପୂର୍ଣ୍ଣ ଅଞ୍ଚଳରେ ୪ଟି ପ୍ଲଟ୍, ୪୫ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଓ ବୀମା ମିଳିଛି । ୩୦୦ ଗ୍ରାମର ସୁନା ଅଳଙ୍କାର ପାଇଛି ଭିଜିଲାନ୍ସ । ଏବେବି ଚଢ଼ାଉ ଜାରି ରହିଛି । ଶ୍ରୀ ରାଉତଙ୍କ ସହ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ଅନେକ ସମ୍ପତ୍ତି ରହିଛି । ବାରଙ୍ଗ ଖୁନେଇଁପଡ଼ାରେ ୧.୨୫ କୋଟି ଟଙ୍କାର ଘର ଥିବାବେଳେ ୪ଟି ପ୍ଲଟ ମିଳିଛି ।

ଭୁବନେଶ୍ୱରରେ ୩ଟି ପ୍ଲଟ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ରହିଛି । କଟକ ସହ କେନ୍ଦ୍ରାପଡ଼ାର ରାଜକନିକାରେ ରହିଛି ପ୍ଲଟ । ଗୋଟିଏ ଆଇ ଟ୍ୱେଣ୍ଟି କାର ଯାହାର ମୂଲ୍ୟ ୧୧ ଲକ୍ଷରୁ ଅଧିକ, ୨ଟି ବାଇକ୍ ମଧ୍ୟ ମିଳିଛି । ଏବେ ଭିଜିଲାନ୍ସ ଟିମ୍ ତଦନ୍ତ ଜାରି ରଖିଥିବା ବେଳେ ଆଗକୁ ଆହୁରି ଅଧିକ ସମ୍ପତ୍ତି ମିଳିପାରେ ।

Leave A Reply

Your email address will not be published.