ବାଲେଶ୍ଵର: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି କନିଷ୍ଠ ଯନ୍ତ୍ରୀ ।
ମିଳିଥିବା ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ରାସ୍ତା ଓ ଗୃହ ନିର୍ମାଣ ବିଭାଗର କନିଷ୍ଠ ଯନ୍ତ୍ରୀ ବାସୁଦେବ ସାହୁ ବିଲ ପାସ କରାଇବା ପାଇଁ କହି ଜଣେ ଠିକାଦାରଙ୍କୁ ୨ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ଟଙ୍କା ନଦେଲେ ବିଲ ପାସ କରାଇ ଦେବେ ନାହିଁ ବୋଲି ସଫା ସଫା ମନା କରିଦେଇଥିଲେ ଯନ୍ତ୍ରୀ ।
ଉପାୟ ନପାଇ ଠିକାଦାର ଜଣକ ଭିଜିଲାନ୍ସର ସହାୟତା ଲୋଡିଥିଲେ ।
ଲାଞ୍ଚୁଆ ଯନ୍ତ୍ରୀଙ୍କୁ ଜାଲରେ ଫସାଇବା ପାଇଁ ଯୋଜନା କରିଥିଲା ଭିଜିଲାନ୍ସ ବିଭାଗ। ଯୋଜନା ମୁତାବକ ବୁଧବାର ଦିନ ଠିକାଦାରଙ୍କ ଠାରୁ କନିଷ୍ଠ ଯନ୍ତ୍ରୀ ବାସୁଦେବ ସାହୁ ୨ଲକ୍ଷ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଧରାବାରେ ସଫଳ ହୋଇଛି।
ଭିଜିଲାନ୍ସ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।
Comments are closed.