Latest Odisha News

BREAKING NEWS

ରାମ ମନ୍ଦିର ଟ୍ରଷ୍ଟରେ ରହିବେ ୧୫ ସଦସ୍ୟ: ଅମିତ ଶାହା

ନୂଆଦିଲ୍ଳୀ: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ପାଇଁ ଗଠନ ହୋଇଥିବା ଟ୍ରଷ୍ଟରେ ରହିବେ ୧୫ ଜଣ ସଦସ୍ୟ । ଏହି କମିଟିରେ ସର୍ବଦା ଜଣେ ଦଳିତ ସମାଜର ସଦସ୍ୟ ମଧ୍ୟ ରହିବେ । ଏନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ସୂଚନା ଦେଇଛନ୍ତି । ବୁଧବାର ଅମିତ ଶାହା ଟ୍ୱିଟ୍ କରି ରାମ ମନ୍ଦିରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେଇଥିବା ନିଷ୍ପତିକୁ ପ୍ରଶଂସା କରିଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଭାରତର ଆସ୍ଥା ଓ ଅତୁଟ ଶ୍ରଦ୍ଧାର ପ୍ରତିକର ଭବାନ ଶ୍ରୀରାମଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ପାଇଁ ତାଙ୍କୁ ମୁଁ କୋଟି କୋଟି ଅଭିନନ୍ଦନ ଜଣାଉଛି । ଆଜିର ଏହି ଦିନ ସମଗ୍ର ଭାରତ ବର୍ଷ ପାଇଁ ଗୌରବର ଦିନ ବୋଲି ସେ କହିଛନ୍ତି ।
ଅମିତ ଶାହାଙ୍କ ପୂର୍ବରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନିମନ୍ତେ ଟ୍ରଷ୍ଟ ଗଠନ କଥା ବୁଧବାର ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି । ସୁପ୍ରିମକୋର୍ଟ ରାମ ମନ୍ଦିର ମାମଲାରେ ରାୟ ଦେବାର ୮୭ ଦିନ ପରେ ଟ୍ରଷ୍ଟ ଗଠନ ହୋଇଛି । ସୂଚନାଯୋଗ୍ୟ ଯେ, ୯ ନଭେମ୍ବର ୨୦୧୯ରେ ରାମ ମନ୍ଦିର ମାମଲାର ରାୟ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ । ରାୟ ଶୁଣାଣି ବେଳେ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ଏବଂ ମସଜିଦ ନିର୍ମାଣ ପାଇଁ ଅଯୋଧ୍ୟାର ଯେକୌଣସି ସ୍ଥାନରେ ୫ ଏକର ଜମି ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.