Latest Odisha News

BREAKING NEWS

ଆନନ୍ଦପୁର ବୈତରଣୀ ଡିଭିଜନର ସହକାରୀ ଯନ୍ତ୍ରୀଙ୍କର ୧୧ଟି ପ୍ଲଟ୍ ଠାବ

କେନ୍ଦୁଝର: ଭିଜିଲାନ୍ସ ଜାଲରେ ପଡ଼ିଥିବା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବୈତରଣୀ ଡିଭିଜନର ସହକାରୀ ଯନ୍ତ୍ରୀ ଉମେଶ ଚନ୍ଦ୍ର ଶାସିନୀଙ୍କର ୧୧ଟି ପ୍ଲଟ୍ ଠାବ । ଭୁବନେଶ୍ୱର, ଭଦ୍ରକ, ଯାଜପୁର, ଆନନ୍ଦପୁର, କେନ୍ଦୁଝର ଅଞ୍ଚଳରେ ରହିଛି ଏସବୁ ପ୍ଲଟ । ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ମୌଜାରେ ଏକ ପ୍ଲଟ୍ ଅଛି ।

ଯାଜପୁର ଜିଲ୍ଲା ପଥରପଡ଼ା ମୌଜାରେ ୫ଟି ପ୍ଲଟ୍ ଠାବ ହୋଇଛି । ଆନନ୍ଦପୁରରେ ୨ଟି, ଭଦ୍ରକରେ ୨ଟି ପ୍ଲଟ୍ ଅଛି । ସେହିପରି କେନ୍ଦୁଝରରେ ଗୋଟିଏ ପ୍ଲଟ ଠାବ କରିଛି ଭିଜିଲାନ୍ସ । ରେଡ୍ ବେଳେ ଘରୁ ୫୦୦ ଗ୍ରାମ ସୁନା ଅଳଙ୍କାର ଜବତ ହୋଇଛି ।

ସହକାରୀ ଯନ୍ତ୍ରୀ ଉମେଶ ଚନ୍ଦ୍ର ଶାସିନୀଙ୍କର କେତେ ବ୍ୟାଙ୍କ ଜମାରାଶି, ବୀମା ଓ ନିବେଶର ହିସାବ ନିକାଶ କରୁଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଏକକାଳୀନ ୮ଟି ସ୍ଥାନରେ ପଞ୍ଝା ମାରିଛି ଭିଜିଲାନ୍ସ । କେତେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଛନ୍ତି ରେଡ୍ ପରେ ସ୍ପଷ୍ଟ ହେବ ।

Leave A Reply

Your email address will not be published.