Latest Odisha News

BREAKING NEWS

ସୁନ୍ଦରଗଡରେ ୬୦ ଫୁଟ ଉଚ୍ଚ ମୋବାଇଲ ଟାୱାର ଉପରକୁ ଚଢିଗଲେ ବ୍ୟକ୍ତି

ସୁନ୍ଦରଗଡ : ସୁନ୍ଦରଗଡ ଓହ୍ଲାଣି ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୋବାଇଲ ଟାୱାର ଉପରକୁ ଚଢିଗଲେ । ହେଲେ ଓହ୍ଲାଇବାର ନାଁ ଧରିଲେନି ।ନାକେଦମ ହେଲା ପୋଲିସ ବାହିନୀ । ସୁନ୍ଦରଗଡ ଜିଲ୍ଲା ହାତିବାରି ଥାନା ଅନ୍ତର୍ଗତ ଓହ୍ଲାଣି ଗାଁରେ ଜଣେ ବ୍ୟକ୍ତି ଗତକାଲି ସନ୍ଧ୍ୟା ସମୟରେ ୬୦ ଫୁଟ ଉଚ୍ଚତା ବିଶିଷ୍ଟ ଜିଓ ଟାୱାର ଉପରକୁ ଚଢିଯିବାରୁ ତାଙ୍କୁ ଉଦ୍ଧାର କରିବା ପାଇଁ ପୁଲିସ ଓ ଅଗ୍ନିସମ ବାହିନୀ ନାକେଦମ ହୋଇପଡିଥିଲେ । ପ୍ରାୟ ୪ ଘଣ୍ଟା କାଳ ପରିଶ୍ରମ କରି ବ୍ୟକ୍ତି ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ ଅଗ୍ନିସମ ବାହିନୀର କର୍ମଚାରୀ ।

 

ତେବେ ଏହି ବ୍ୟକ୍ତି ଜଣ କିଏ ଓ କାହିଁକି ସେ ଏପରି ଉଦ୍ୟମ କଲେ ସ୍ପଷ୍ଟ ହୋଇନଥିବା ବେଳେ । ବ୍ୟକ୍ତି ଜଣଙ୍କ ମାନସିକ ସ୍ଥିତି ଠିକ୍ ନଥିବା ସନ୍ଦେହ କରି ହାତିବାରି ପୋଲିସ ବ୍ୟକ୍ତି ଜଣଙ୍କୁ ଚିକିତ୍ସା ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି ।ପୋଲିସ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.