Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଭୁବନେଶ୍ୱରରେ କାର୍ଯ୍ୟରତ ଆର୍ ଆଣ୍ଡ ବି ଡିଭିଜନ୍-୪ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ର । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୬ଟି ସ୍ଥାନରେ ରେଡ୍ ଚଳାଇଛି ଭିଜିଲାନ୍ସ । ଭୁବନେଶ୍ୱର, ଢେଙ୍କାନାଳ ଓ ତାଳଚେରର ୬ଟି ସ୍ଥାନରେ ଚଢ଼ାଉ କରାଯାଉଛି ।

ଭୁବନେଶ୍ୱରରେ ପଟିଆ ସ୍ଥିତ ଶ୍ରୀବିହାର, ରଘୁନାଥପୁର ଓ ଭୁବନେଶ୍ୱର ଅଫିସରେ ରେଡ୍ ହୋଇଛି । ପଟିଆ ସ୍ଥିତ ସାଇ ଗାର୍ଡେନ୍ ଆପାର୍ଟମେଣ୍ଟରେ ଭଡ଼ା ଘର, ରଘୁନାଥପୁରରେ ତିନି ମହଲା କୋଠା ରହିଛି ।
ଢେଙ୍କନାଳ ତାରିଣୀନଗରରେ ତିନି ମହଲା ବିଶିଷ୍ଟ ଘର ଅଛି । ସେଠାରେ ଅନ୍ୟ ଏକ ସ୍ଥାନରେ ଆଉ ଗୋଟିଏ ଘର ବି ରହିଛି । ସେହିପରି ଅନୁଗୋଳ ଜିଲ୍ଲା ତାଳଚେରର କାକୁଡ଼ିରେ ପୈତୃକ ଘରେ ବି ରେଡ୍ ଚଳାଇଛି ଭିଜିଲାନ୍ସ ଟିମ୍ ।

ଚଢ଼ାଉରେ ଭିଜିଲାନ୍ସର ୫ ଜଣ ଡିଏସପି, ୧୧ ଜଣ ଇନିସପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି । ଘରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଛି । କେତେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିଲେ ଅଜୟ ମିଶ୍ର ହିସାବ ପରେ ସ୍ପଷ୍ଟ ହେବ ।

Comments are closed, but trackbacks and pingbacks are open.