ବ୍ରହ୍ମପୁର: ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜର ପିଜି ଡାକ୍ତରୀ ଛାତ୍ରଙ୍କୁ ମାଡ଼ ଘଟଣାରେ ଆସିଷ୍ଟାଣ୍ଟ୍ ପ୍ରଫେସର ଏବଂ ୩ ଜଣ ବରିଷ୍ଠ ଡାକ୍ତରଙ୍କୁ ବହିଷ୍କାର କରାଯାଇଛି।
ଏମକେସିଜି ମେଡିକାଲ କଲେଜ ଡିନ୍ ଓ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ନିର୍ଦ୍ଦେଶ ଜାରି ହୋଇଛି। ଏହି ଘଟଣାରେ ଜଣେ ଦ୍ୱିତୀୟ ବର୍ଷ ପିଜି ଡାକ୍ତରୀ ଛାତ୍ରଙ୍କୁ ମଧ୍ଯ ୬ ମାସ ପାଇଁ ହଷ୍ଟେଲରୁ ବାହାରିଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଗତ ଡିସେମ୍ବର ୨୩ ତାରିଖରେ ମେଡିକାଲ କଲେଜ କାଉନସିଲର ବୈଠକରେ ହୋଇଥିବା ନିଷ୍ପତ୍ତି ଓ ଡାଇରେକ୍ଟର ଅଫ ମେଡିକାଲ ଏଜୁକେସନ ଆଣ୍ଡ୍ ଟ୍ରେନିଂ (ଡିଏମଇଟି)ଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ସେହିପରି ଯେଉଁ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେମାନଙ୍କୁ ଦୁଇ ଦିନ ଭିତରେ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବହିଷ୍କୃତ ୪ ଡାକ୍ତରଙ୍କ ମଧ୍ୟରେ ରହିଛନ୍ତି- ଆସିଷ୍ଟାଣ୍ଟ୍ ପ୍ରଫେସର ଡାକ୍ତର ପୁରୁଷୋତ୍ତମ ସ୍ୱାଇଁ, ସିନିୟର ରେସିଡେଣ୍ଟ ଆର୍ଯ୍ୟନ କୁମାର ମହାନ୍ତି ଓ ଚିନ୍ମୟ ପ୍ରଧାନ ଏବଂ ଯଶବନ୍ତ ବୀର। ସେହିପରି ଅନ୍ୟ ଜଣେ ଦ୍ୱିତୀୟ ବର୍ଷ ପିଜି ରେସିଡେଣ୍ଟ ପ୍ରିୟଜୀତ ସାହୁ।
Comments are closed.