Latest Odisha News

BREAKING NEWS

ବିପଦ ଟଳିଲା : ଭାରତ ମହାସାଗର ଉପର ଦେଇ ଅତିକ୍ରମ କଲା କ୍ଷୁଦ୍ର ଗ୍ରହ

ନୂଆଦିଲ୍ଲୀ: ୨୦୨୦ କ୍ୟୁଜି ନାମକ କ୍ଷୁଦ୍ର ଗ୍ରହ (ଆଷ୍ଟରୟଡ) ଭାରତ ମହାସାଗର ଉପର ଦେଇ ପୃଥିବୀର ଅତି ନିକଟତର ହୋଇ ଅତିକ୍ରମ କରିଛି । ଫଳରେ ଏକ ବଡ ବିପଦ ଟଳିଛି । ନାସା ମତରେ ଭାରତ ମହାସାଗରର ୨୯୫୦ କିଲୋମିଟର ଉପରେ ଏହା ୪୪ହଜାର କିଲୋମିଟର ବେଗରେ ଅତିକ୍ରମ କରିଥିଲା ।

ନାସା ବର୍ତମାନ ପୃଥିବୀ ଉପରେ ବିପଦ ଥିବା ପ୍ରାୟ ୧୦୦ ଆଷ୍ଟରୟଡ ଉପରେ ଗବେଷଣା କରୁଛି । ଏମାନଙ୍କ ମଧ୍ୟରୁ ୨୨ ପୃଥିବୀ ବିପଦ ସୃଷ୍ଟି କରିବା ସମ୍ଭାବନା ରଖିଛନ୍ତି । ଆଷ୍ଟରୟଡ ୨୯୦୭୫ (୧୯୫୦ଡିଏ) ପୃଥିବୀ ସହ ମାଡ ହେବାର ଆଶଙ୍କା ରହିଛି । ତେବେ ୨୮୮୦ ପର୍ଯ୍ୟନ୍ତ ଏହା ପୃଥିବୀର ନିକଟତର ହେବ ନାହିଁ ।

Comments are closed.