Latest Odisha News

BREAKING NEWS

ବଢ଼ିଲା ହୋମ୍‌ଗାର୍ଡଙ୍କ ଦୈନିକ ଭତ୍ତା

ଭୁବନେଶ୍ୱର: ବଢ଼ିଲା ରାଜ୍ୟରେ କାର୍ଯ୍ୟରତ ଥିବା ସମସ୍ତ ହୋମ୍‌ଗାର୍ଡଙ୍କ ଦୈନିକ ଭତ୍ତା । ଏଣିକି ଦୈନିକ ୫୩୩ ଟଙ୍କା ପ୍ରାପ୍ୟ ପାଇବେ ହୋମ୍‌ଗାର୍ଡ । ଏନେଇ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଖଣ୍ଡପୀଠଙ୍କ ନିର୍ଦ୍ଦେଶ ଦେଇଛନ୍ତି ।

୨୦୨୦ ଜାନୁଆରିରୁ ପିଛିଲା ଭାବେ ଏହା ଲାଗୁ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୩ମାସ ମଧ୍ୟରେ ସମସ୍ତ ବକେୟା ବର୍ଦ୍ଧିତ ପ୍ରାପ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାହା ଫଳରେ ଉପକୃତ ହେବେ ରାଜ୍ୟର ୧୭ହଜାର ହୋମଗାର୍ଡ଼ ।

ପୂର୍ବରୁ ୨୦୧୬ରୁ ବର୍ଦ୍ଧିତ ଦେୟ ଲାଗୁ କୋର୍ଟ ରାୟ ଦେଇଥିଲେ । ସର୍ବନିମ୍ନ ପୋଲିସ କର୍ମଚାରୀ ତତୁଲ୍ୟ ଦରମା ଦେବାକୁ କୋର୍ଟ କହିଥିଲେ ।ଏହାକୁ ଚ୍ୟାଲେଂଜ କରି ରିଟି ଅପିଲ କରିଥିଲେ ରାଜ୍ୟ ସରକାର । ଏହି ମାମଲା ଆଇନଜୀନୀ ସତ୍ୟବ୍ରତ ମହାନ୍ତି ଲଢ଼ୁଥିଲେ ।

Leave A Reply

Your email address will not be published.