Latest Odisha News

୧୬ ସାଇକେ ଆଷ୍ଟ୍ରୟଡ: ଏଠାରେ ଅଛି ୭୦୦ କ୍ୱିଟିଂଲିୟନ ଡଲାର ମୂଲ୍ୟର ଖଣିଜ ପଦାର୍ଥ

ୱାଶିଂଟନ: ରହସ୍ୟରେ ଭରପୂର ହୋଇ ରହିଛି ମହାକାଶ । ବୈଜ୍ଞାନିକମାନଙ୍କ ଗବେଷଣାରେ ଜଣାପଡିଛି ପୃଥିବୀ ବାସୀଙ୍କ ମୂଲ୍ୟବାନ ବିବେଚନା କରାଯାଉଥିବା ପଦାର୍ଥ ୧୬ ସାଇକେ ଆଷ୍ଟ୍ରୟଡରେ ପଡି ରହିଛି । ଯଦି ଏହି ମୂଲ୍ୟବାନ ଖଣ୍ଡିଜ ପଦାର୍ଥ ପୃଥିବୀକୁ ଅଣାଯିବ ତାହାହେଲେ କେହି ଗରୀବ ରହିବେ ନାହିଁ । ତେବେ ଏହା ସମ୍ଭବପର ନୁହେଁ । ବର୍ତମାନ ଏହି ଆଷ୍ଟ୍ରୟଡକୁ ଖୋଳି ଖଣ୍ଡିଜ ପଦାର୍ଥ ପାଇବାକୁ ଉଦ୍ୟମ କଲେ ଯେତିକି ଖର୍ଚ୍ଚ ହେବ ସେଥିରେ ପୃଥିବୀବାସୀ କାଙ୍ଗାଳ ହୋଇଯିବେ । ପ୍ରାରମ୍ଭିକ ଆକଳନରେ ଏଠାରେ ୭୦୦ କ୍ୱିଟିଂଲିୟନ ଡଲାରର ମୂଲ୍ୟବାନ ଖଣିଜ ପଦାର୍ଥ ଗଚ୍ଛିତ ହୋଇ ରହିଛି । ଏହି ଆଷ୍ଟ୍ରୟଡ ସମ୍ପୂର୍ଣ୍ଣ ଭାବେ ଧାତୁରେ ନିର୍ମିତ । ଲୁହା, ନିକେଲ ଓ ସ୍ୱର୍ଣ୍ଣ ଧାତୁରେ ଏହା ଭର୍ତି ହୋଇ ରହିଛି । ଆମ ସୌର ମଣ୍ଡଳର ଏହି ବୃହତମ ଆଷ୍ଟ୍ରୟଡର ପରିଧି ୧୪୦ କିଲୋମିଟର ହେବ ।

ଆଳୁ ପରି ଦେଖା ଯାଉଥିବା ଏହି ଆଷ୍ଟ୍ରୟଡ ମଙ୍ଗଳ ଓ ବୃହସ୍ପତି ଗ୍ରହର ମଝିରେ ରହିଛି । ପ୍ରତି ୫ ବର୍ଷରେ ଥରେ ଏହା ସୂର୍ଯ୍ୟକୁ ପରିକ୍ରମା କରୁଛି । ୧୭ ମାର୍ଚ୍ଚ ୧୮୫୨ରେ ଇଟାଲୀର ଏନିବେଲ ଡି ଗ୍ୟାସ୍ପରିନ ଏହାକୁ ଖୋଜି ପାଇଥିଲେ । ଗ୍ରୀକ ଦେବତା ସାଇକେଙ୍କ ନାମରେ ଏହାକୁ ନାମିତ କରାଯାଇଥିଲା । ନାସା ଅନୁସାରେ ୨୦୨୬ ମଧ୍ୟରେ ଏୟାରକ୍ରାଫ୍ଟକୁ ଏଠାକୁ ପଠାଇବା ପାଇଁ ଉଦ୍ୟମ ଜାରୀ ରହିଛି । ଏହାକୁ ଖୋଳି ଖଣିଜ ପଦାର୍ଥ ଆଣିବା ପାଇଁ ନାସା ପକ୍ଷରୁ କୌଣସି ଉଦ୍ୟମ କରାଯାଉ ନ ଥିବା ସ୍ପଷ୍ଟ କରାଯାଇଛି ।

Comments are closed.