Latest Odisha News

BREAKING NEWS

କରୋନା ମୁକାବିଲା; ଆଜୀବନ ସୁରକ୍ଷା ପ୍ରଦାନ କରିପାରେ ଆଷ୍ଟ୍ରା ଜେନେକା ଟିକା

ନୂଆଦିଲ୍ଲୀ: ଅକ୍ସଫୋର୍ଡ ଦ୍ବାରା ବିକଶିତ ଟିକା ଆଷ୍ଟ୍ରା ଜେନେକା କରୋନା ମୁକାବିଲା ବିରୋଧରେ ଅଧିକ ଶକ୍ତିଶାଳୀ। ଏହା ଆଜୀବନ ସୁରକ୍ଷା ପ୍ରଦାନ କରିପାରେ। ଏହା ଆଜୀବନ କରୋନାର ନୂଆ ପ୍ରଜାତି ସହ ଲଢିବାକୁ ସକ୍ଷମ ହୋଇପାରେ ବୋଲି ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି।

ଭାଇରସ୍-ବୁଷ୍ଟିଂ ଆଣ୍ଟିବଡି ସୃଷ୍ଟି କରିବା ବ୍ୟତୀତ ଏହି ଟିକା ଶରୀରରେ ଟି-ସେଲ୍‌ଗୁଡ଼ିକୁ ଖୋଜିବା ଏବଂ ସେଗୁଡିକୁ ଶକ୍ତିହୀନ କରି ନିପାତ କରିବା ପାଇଁ “ଟ୍ରେନିଂ କ୍ୟାମ୍ପ୍‌” ସୃଷ୍ଟି କରିଥାଏ। ପରବର୍ତ୍ତୀ ସମୟରେ ଏହା ନୂତନ ପ୍ରଜାତିକୁ ରୋକିପାରେ ବୋଲି ଦ ସନ୍‌, ୟୁକେ ରିପୋର୍ଟରେ ପ୍ରକାଶ ପାଇଛି।

ଏହାର ଅର୍ଥ ହେଉଛି ଆଣ୍ଟିବଡି ହ୍ରାସ ହେବା ପରେ ଶରୀର ଏହି ଗୁରୁତ୍ୱପୂର୍ଣ୍ଣ କୋଷଗୁଡିକୁପୁଣି ଥରେ ତିଆରି କରିପାରେ। ଯାହା ଶରୀରକୁ ଆଜୀବନ ସୁରକ୍ଷା ପ୍ରଦାନ କରିପାରେ।

Comments are closed.