Latest Odisha News

BREAKING NEWS

ଡେଲ୍‌ଟା ଭାରିଆଣ୍ଟ ବିରୁଦ୍ଧରେ ଆଷ୍ଟ୍ରାଜେନେକା ଟିକା ଅଧିକ ପ୍ରଭାବଶାଳୀ

ନୂଆଦିଲ୍ଲୀ: ଭାରତ‌ରେ ଦେଖାଦେଇଥିବା କରୋନାର ନୂଆ ଷ୍ଟ୍ରେନ୍‌ ଡେଲ୍‌ଟା ଏବଂ କାପ୍ପା ବିରୁଦ୍ଧରେ ଆଷ୍ଟ୍ରାଜେନେକା ଟିକା ପ୍ରଭାବଶାଳୀ ବୋଲି କମ୍ପାନି ଦାବି କରିଛି।

ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ୱାରା କରାଯାଇଥିବା ଅଧ୍ୟୟନରେ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ରକ୍ତରୁ  ମୋନୋକ୍ଲୋନାଲ ଆଣ୍ଟିବାଡିଗୁଡିକର କ୍ଷମତା ଯାଞ୍ଚ କରାଯାଇଥିଲା। ଏଥିରୁ ଆଷ୍ଟ୍ରାଜେନେକା ଟିକା ଡେଲ୍‌ଟା ଏବଂ କାପ୍ପା ଭାରିଆଣ୍ଟରୁ ଅଧିକ ସୁରକ୍ଷା ପ୍ରଦାନ କରିଥାଏ ବୋଲି ଜଣାପଡ଼ିଛି।

ସୂତ୍ରରୁ ପ୍ରକାଶ ଯେ ଫାଇଜର ଏବଂ ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ ଟିକା ଡେଲଟା ଭାରିଆଣ୍ଟ ବିରୁଦ୍ଧରେ ୯୦ ପ୍ରତିଶତ ପ୍ରଭାବଶାଳୀ।

Comments are closed.