Latest Odisha News

BREAKING NEWS

ଡବ୍ଲୁୃଟିସି ଫାଇନାଲ: ଏବେ ବି ଭାରତ ପ୍ରତି ବିପଦ ଟଳିନି

ସାଉଥାମ୍ପଟନ:ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ନ୍ୟୁଜିଲାଣ୍ଡ କ୍ରିକେଟ ଦଳ ବିପକ୍ଷରେ ଭାରତୀୟ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ମ୍ୟାଚ ରୋମାଂଚକ ସ୍ଥିତିକୁ ଆସି ଯାଇଛ । ରିଜର୍ଭ ଡେରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡିବ । ସମୀକ୍ଷକଙ୍କ ମତରେ ଏବେ ବି ଭାରତ ଉପରୁ ସମ୍ପୂର୍ଣ୍ଣ ଭାବେ ବିପଦ ଟଳିନି । ଭାରତର ପ୍ରଥମ ଇନିଂସ ସ୍କୋର ୨୧୭ ରନ ଜବାବରେ ନ୍ୟୁଜିଲାଣ୍ଡ ୨୪୯ ରନ କରି ଅଲଆଉଟ ହୋଇ ଯାଇଥିଲେ ।

ଭାରତ ପକ୍ଷରୁ ମହମ୍ମଦ ସାମି ସର୍ବାଧିକ ୪ଟି ଉଇକେଟ ଅକ୍ତିଆର କରିଥିବା ବେଳେ ଈଶାନ୍ତ ଶର୍ମା ୩ଟି ଏବଂ ରବିଚନ୍ଦ୍ରନ ଅଶ୍ୱୀନ ୨ଟି ଉଇକେଟ ନେଇଥିଲେ । ଜବାବରେ ୫ମ ଦିବସ ଷ୍ଟମ୍ପ୍ସ ଅପସାରଣ ବେଳକୁ ଭାରତ ୨ ଉଇକେଟ ହରାଇ ୬୪ ରନ ସଂଗ୍ରହ କରି ଓଭରାଲ ୩୨ ରନରେ ଆଗୁଆ ଅଛି । ରିଜର୍ଭ ଡେରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ ଉପରେ ଦଳର ଭାଗ୍ୟ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ ରହିବ ।

Leave A Reply

Your email address will not be published.