Latest Odisha News

BREAKING NEWS

ଲୋକପ୍ରିୟ ଜ୍ୟୋତିଷ ବେଜାନ ଦାରୁୱାଲାଙ୍କ କରୋନାରେ ମୃତ୍ୟୁ

ଅହମ୍ମଦାବାଦ: ଲୋକପ୍ରିୟ ଜ୍ୟୋତିଷ ବେଜାନ ଦାରୁୱାଲାଙ୍କର ୮୮ ବର୍ଷରେ ଦେହାନ୍ତ ହୋଇଛି । ଅହମ୍ମଦାବାଦର ଏକ ଡାକ୍ତରଖାନାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ତେବେ ତାଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ଜଣାପଡିଛି ।

କିଛି ଦିନ ତଳେ ସେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ।

ଦାରୁୱାଲା ଗଣେଶଙ୍କ ଜଣେ ଭକ୍ତ ଥିଲେ । ଦେଶରେ ଜଣେ ପ୍ରତିଷ୍ଠିତ ଜ୍ୟୋତିଷ ହିସାବରେ ବେଶ୍ ନାଁ ରହିଥିଲା । ଏକ ଜାତୀୟ ସ୍ତରର ଖବରକାଗଜରେ ତାଙ୍କର ସ୍ତମ୍ଭ ‘ଗଣେଶ ସ୍ପିକ୍ସ’ ପ୍ରକାଶ ପାଉଥିଲା । ଏଥି ସହ ଟିଭିରେ ମଧ୍ୟ ତାଙ୍କର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରିତ ହେଉଥିଲା । ତାଙ୍କ ଭବିଷ୍ୟବାଣୀକୁ ସବୁ ବର୍ଗର ଲୋକେ ଗ୍ରହଣ କରୁଥିଲେ ।

ଅଟଳ ବିହାରୀ ବାଜପାୟୀ, ମୋରାଜୀ ଦେଶାଇ ଏପରିକି ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ନେଇ ସେ ଭବିଷ୍ୟବାଣୀ କରିଥିଲେ । ଏଥି ସହବ ରାଜୀବ ଗାନ୍ଧିଙ୍କ ହତ୍ୟା, ସଂଜୟ ଗାନ୍ଧିଙ୍କ ଦୁର୍ଘଟଣା ଓ ଭୋପାଳ ଗ୍ୟାସ ଦୁର୍ଘଟଣା ନେଇ ସେ ପୂର୍ବାନୁମାନ କରିଥିଲେ ।

Leave A Reply

Your email address will not be published.