Latest Odisha News

BREAKING NEWS

ଚୀନକୁ ନେଇ ମୋଦି ଭଲ ମୁଡ଼ରେ ନାହାଁନ୍ତି: ଟ୍ରମ୍ପ

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ହେଉଥିବା ସୀମା ବିବାଦ ଉପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭଲ ମୁଡରେ ନାହାଁନ୍ତି।

“ସେମାନେ ମୋତେ ପସନ୍ଦ କରନ୍ତି। ମୁଁ ମୋଦୀଙ୍କୁ ବହୁତ ଆଦର ଓ ସମ୍ମାନ ଦିଏ। ମୁଁ ତୁମର ପ୍ରଧାନମନ୍ତ୍ରୀଙ୍କୁ ବହୁତ ପସନ୍ଦ କରେ ଏବଂ ସେ ଜଣେ ମହାନ ଭଦ୍ରବ୍ୟକ୍ତି” ବୋଲି ଟ୍ରମ୍ପ କହିଛନ୍ତି।

ସେ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ ଉଭୟ ଦେଶରେ “ବହୁତ ଶକ୍ତିଶାଳୀ ମିଲିଟାରୀ” ରହିିଛନ୍ତି।

ଏନେଇ ବୁଧବାର ଟ୍ରମ୍ପ ଏକ ଟୁଇଟ୍ କରି ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଛନ୍ତି।

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହାର ଜବାବ ଦେଇ କହିଛି ଯେ ସେମାନେ ଶାନ୍ତିପୂର୍ଣ୍ଣ ଭାବରେ ଏହି ସମସ୍ୟାର ସମାଧାନ ପାଇଁ ଚୀନ୍ ସହ ସମ୍ପର୍କରେ ଅଛନ୍ତି।

ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଜାଓ ଲିଜିଆନ୍ ଏହା ମଧ୍ୟ କହିଛନ୍ତି ଯେ ଉପଯୁକ୍ତ ପରାମର୍ଶ ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ଉଭୟ ଭାରତ ଏବଂ ଚୀନ୍ ମଧ୍ୟରେ ଯୋଗାଯୋଗ ରହିଛି।

ଗତ ମେ ୫ରେ, ପ୍ରାୟ ୨୫୦ ଚାଇନିଜ୍ ଏବଂ ଭାରତୀୟ ସୈନିକ ପରସ୍ପରର ମୁହାଁମୁହିଁ ହୋଇଥିଲେ, ପରେ ପୁଣି ଥରେ ମେ ୯ରେ ଉତ୍ତର ସିକ୍କିମର ପାଙ୍ଗୋଙ୍ଗ ସୋରେ ମଧ୍ୟ ସମାନ ଘଟଣା ଘଟିଥିଲା। ଉଭୟ ପାର୍ଶ୍ୱରେ ଥିବା ସେନା କର୍ମଚାରୀମାନେ ଲୁହା ରଡ, ବାଡି ଓ ପଥର ଆଦିରେ ମୁହାଁମୁହିଁ ହୋଇଥିଲେ।

ଏହାଛଡା ଅନେକ ସୀମା ବିବାଦ ମଧ୍ୟରେ ଚୀନ୍ ଅରୁଣାଚଳ ପ୍ରଦେଶକୁ ଦକ୍ଷିଣ ତିବ୍ଦତର ଅଂଶ ବୋଲି ଦାବି କରୁଥିବାବେଳେ ଭାରତ ଏହାକୁ ବିରୋଧ କରୁଛି।

Leave A Reply

Your email address will not be published.