Latest Odisha News

BREAKING NEWS

ଜାଣନ୍ତୁ ,କେମିତି କଟିବ ଆଜିର ଦିନ

 ଆଜିର ରାଶିଫଳ
ତା ୩-୨-୨୦୨୧ରିଖ ବୁଧବାର

ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ ମସିହା ଫେବୃୟାରୀ ତା ୩ରିଖ ବୁଧବାର ମକର ୨୧ଦିନ ମାଘ ମାସ କୃଷ୍ଣପକ୍ଷ ଷଷ୍ଠୀ ତିଥି ଚିତ୍ରା ନକ୍ଷତ୍ର ତୁଳା ଚନ୍ଦ୍ର
ଆଜିର ଘାତ ବାର-: କର୍କଟ ରାଶିର
ଆଜିର ନିଷେଧ ଖାଦ୍ୟ-: ପିତା ଦ୍ରବ୍ୟ

ମେଷ
ଆଜି ନୂତନ କାର୍ଯ୍ୟ ହାତକୁ ମନକୁ ଭାରାକ୍ରାନ୍ତ କରିପାରନ୍ତି। କର୍ମକ୍ଷେତ୍ରରେ ଏକ ସାଧାରଣ ଘଟଣାରେ ଉଚ୍ଚବାଚ ଓ ବିତର୍କ ଘଟିପାରେ। ଖର୍ଚ୍ଚଭାର ଯୋଗୁ ଚିନ୍ତିତ ହେବେ।ମହିଳାମାନଙ୍କ କାର୍ଯ୍ୟ ପ୍ରଶଂସନୀୟ ହେବ।ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ।

ବୃଷ
ଆଜି ଆଶା କରୁଥିବା ଦିଗରୁ ଅର୍ଥ ପାଇବେ, କିନ୍ତୁ ଏଥିପାଇଁ ଆପଣଙ୍କୁ ସାମାନ୍ୟ କଷ୍ଟ ସ୍ବୀକାର କରିବାକୁ ପଡ଼ିବ। ଅତି ଭଲ ସମ୍ପର୍କ ରହିଥିବା ବନ୍ଧୁମାନଙ୍କ ଆଚରଣରେ ଅସନ୍ତୁଷ୍ଟ ରହିବେ। ପରିବାରର ଆବଶ୍ୟକତା ପୂରଣ କରିବା ସକାଶେ ପର ପାଖରେ ମୁଣ୍ଡ ନୂଆଁଇବାକୁ ବାଧ୍ୟ ହୋଇପାରନ୍ତି।ସୁସ୍ବାଦୁ ଭୋଜନ ମିଳିବ।

ମିଥୁନ
ଆଜି କର୍ମକ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ପାଇବ। ନୂତନ ଉପାୟ ଖୋଜି ବାହାର କରିବାରେ ସମର୍ଥ ହେବେ। ପ୍ରତୀକ୍ଷା କରିଥିବା କୌଣସି ଶୁଭ ଖବର ପାଇ ମନ ପ୍ରଫୁଲ୍ଲିତ ରହିବ। ପାରିବାରିକ ସମସ୍ୟାକୁ ସମାଧାନ କରିବେ ।ହଜିଯାଇଥିବା ଜିନିଷ ପାଇଁ ବ୍ୟସ୍ତତା ବଢ଼ିଯିବ। ଅଫିସରେ ଛୋଟ ଘଟଣାକୁ ଚିନ୍ତା କରି ଟେନ୍‌ସନରେ ରହିପାରନ୍ତି।

କର୍କଟ
ଆଜି ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ । ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ ।ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଲୋଚନା କରିପାରନ୍ତି। ଅପରାହ୍ନେ ଖୋଜୁଥିବା ଜିନିଷଟି ପାଇ ଖୁସୀ ହୋଇଯିବେ। ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବ।

ସିଂହ
ଆଜିର ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ। ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ଥିଲେ ଉଚ୍ଚ ପ୍ରଶଂସା ପାଇବେ। କଥା କଟାକଟି କାରଣରୁ ପରିବାରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଅଛି । ଆର୍ଥିକ ସ୍ଥିତି ସେତେଟା ଭଲ ନ ଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ।

କନ୍ୟା
ଆଜି ଶାରୀରିକ ଅସୁସ୍ଥତା ମଧ୍ୟରେ କାମ କରିବାକୁ ବାଧ୍ୟ ହେବେ । ଯାନବାହନ, ପରିବହନ ଏବଂ ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ସମସ୍ୟା ଦେଖାଦେଇପାରେ। ବିଗତ ଦିନର ସମସ୍ୟାଗୁଡ଼ିକର ସମାଧାନ ସକାଶେ ବିଭିନ୍ନ ପ୍ରକାର ଚିନ୍ତା ମନକୁ ଆନ୍ଦୋଳିତ କରିବ। ଖଳଲୋକଙ୍କ କଥାକୁ ସତ ମଣି ଘରେ ଝଗଡ଼ା ହୋଇ ପାରେ ‌।

ତୁଳା
ଆଜି ଆପଣଙ୍କ ପରାମର୍ଶ ବନ୍ଧୁମାନଙ୍କ ମନକୁ ବେଶ୍‌ ପାଇବ, ଫଳରେ ପ୍ରଶଂସା ପାଇ ଖୁସୀ ହେବେ। ପ୍ରକାଶନ, ଏଜେନ୍ସିପ୍‌, ଆଇନ ଅଦାଲତ କ୍ଷେତ୍ରରେ ଶୁଭଫଳ ମିଳିବ। ହଠାତ୍‌ ଦୂର ଯାତ୍ରା କରିବାକୁ ପଡ଼ିପାରେ। ମାତ୍ର ରାସ୍ତାରେ ଅପରିଚିତ ବ୍ୟକ୍ତିବିଶେଷ ଚିନ୍ତାର କାରଣ ହୋଇପାରନ୍ତି।

ବିଛା
ଆଜି ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା କାରଣରୁ ମନ ଏକ ପ୍ରକାର ହାଲୁକା ହୋଇଯିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିଶେଷ ଉନ୍ନତି କରିବେ। କୌଣସି ଗୃହ, ଜମିଜମା ସମ୍ବନ୍ଧୀୟ ବିଷୟରେ ଯୋଗାଯୋଗ କଲେ ଅବଶ୍ୟ ଉପକୃତ ହେବେ। ଧାରକରଜ କରି ଆବଶ୍ୟକତା ପୂରଣ କରିବା ପାଇଁ ସଂକଳ୍ପବଦ୍ଧ ହେବ।

ଧନୁ
ଆଜି ପରୋକ୍ଷ ଶତ୍ରୁତା କାରଣରୁ କାର୍ଯ୍ୟ ସାଧନରେ ନିଜର ଲୋକମାନଙ୍କ ତରଫରୁ ସହଯୋଗ ପାଇବେନି । ଯାନବାହନ, ବ୍ୟବସାୟ ଓ ବାଣିଜ୍ୟରୁ ଲାଭବାନ୍‌ ହେବେ । ନିର୍ମାଣାଧୀନ ଗୃହ, ରାସ୍ତାକାମ, ହଠାତ୍‌ କିଛିଦିନ ସକାଶେ ଅଟକି ରହିଯାଇପାରେ । କୌଣସି ନୂତନ କାର୍ଯ୍ୟ ପାଇଁ ଆଲୋଚନା ସହ ଚୁକ୍ତିପତ୍ର ସ୍ବାକ୍ଷରିତ କରିପାରନ୍ତି ।

ମକର
ଆଜି କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ। ଦୀର୍ଘଦିନର ଆଶା ଫଳବତୀ ହେବାରେ କୌଣସି ଅସୁବିଧା ରହିବ ନାହିଁ । ବିବାଦୀୟ ପରିସ୍ଥିତି କିମ୍ବା ମାଲି ମକଦ୍ଦମାରେ ସଫଳତା ପାଇବେ ନାହିଁ । ଉଚ୍ଚ ପଦାଧିକାରୀଙ୍କ ନିକଟରେ ନିଜର ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ।

କୁମ୍ଭ
ଆଜିର ଯାତ୍ରା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ । ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହୋଇପାରନ୍ତି। ହାତକୁ ନେଇଥିବା ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ । ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ସଫଳତା ହାସଲ କରିବେ। ବିଦ୍ୟାର୍ଥିମାନେ ଶୁଭ ଖବର ଶୁଣିପାରନ୍ତି।

ମୀନ
ଆଜି କୌଣସି ପ୍ରତ୍ୟେକ କ୍ଷେତ୍ରରେ ଟେନ୍‌ସନ ଲାଗି ରହିବା କାରଣରୁ ମାନସିକ ସ୍ଥିତି ଠିକ୍‌ ରହିବନାହିଁ। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ କାରବାର ବୃଦ୍ଧି ହେତୁ ଆର୍ଥିକ ସ୍ବଚ୍ଛଳତା ଫେରି ଆସିବ । ଆଧ୍ୟାତ୍ମିକ ଭାବଧାରାରେ ଉଦ୍‌ବୁଦ୍ଧ ହେବେ। ସଭାସମିତିରେ ଆଲୋଚନାରେ ପୁରସ୍କୃତ ହେବେ।

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର ମୋବାଇଲ-୯୪୩୭୨୨୫୪୩୪

Leave A Reply

Your email address will not be published.