Latest Odisha News

BREAKING NEWS

ଭୁବନେଶ୍ବରରେ ଶୁଭାଂଶୁ ଶୁକ୍ଳା, ମହାକାଶ ଯାତ୍ର କଥା କହିଲେ ମହାକାଶଚାରୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା। ଆସନ୍ତାକାଲି ସାଇ ଇଣ୍ଟରନ୍ୟାସନାଲ ସ୍କୁଲର କାର୍ଯ୍ୟକ୍ରମରେ ଯୋଗଦେବେ ଶୁଭାଂଶୁ। ୨୦୨୫ ମସିହାରେ ଆକ୍ସିଅମ୍ ମିଶନ୍ ୪, ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ (ISS) ପାଇଁ ମିଶନ ପାଇଲଟ୍ ଭାବରେ ଇତିହାସ ରଚିଥିବା ଶୁଭାଂଶୁ ଶୁକ୍ଳା ଯୁବ ପ୍ରତିଭାଙ୍କ ସହ ତାଙ୍କର ମହାକାଶ ଅଭିଜ୍ଞତା ବାଣ୍ଟିବାକୁ ଉତ୍ସାହିତ ପ୍ରକାଶ କରିଛନ୍ତି। ଏନେଇ ସେ ବିମାନ ବନ୍ଦରରେ ପହଞ୍ଚି ନିଜର ପ୍ରତିକ୍ରିୟା ରଖିଛନ୍ତି।

ଶୁଭାଂଶୁ କହିଛନ୍ତି, ଓଡିଶା ଆସି ମୁଁ ବହୁତ ଖୁସି। ପୂର୍ବରୁ ବି ଓଡିଶା ଆସିଥିଲି। ଓଡିଶାର ପିଲାମାନେ ପାଠ ପଢି ମହାକାଶ ବିଜ୍ଞାନରେ ଆଗକୁ ଯାଆନ୍ତୁ। ସେଠାକାର ଅନୁଭୂତି ଅତ୍ୟନ୍ତ ନିଆରା ଥିଲା, ସେହି ଅନୁଭୂତିକୁ ବାଣ୍ଟିବାକୁ ଓଡିଶା ଆସିଛି ବୋଲି ସେ କହିଛନ୍ତି। ଏରୋସ୍ପେଶ ପାଇଁ ଯେଉଁମାନେ ଆଗ୍ରହୀ ମୁଁ ଉତ୍ସାହିତ କରିବି ବୋଲି ନିଜ ପ୍ରତିକ୍ରିୟାରେ ଶୁଭାଂଶୁ କହିଛନ୍ତି।

ଏହି କାର୍ଯ୍ୟକ୍ରମ SAITED ୨୦୨୫ ର ଏକ ଅଂଶ, ଯାହା ଭୁବନେଶ୍ୱର ସ୍ଥିତ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର (SAI International School) ଦ୍ୱାରା ଆୟୋଜିତ ଏକ ପ୍ରମୁଖ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମହୋତ୍ସବ। ଯାହା ଭୁବନେଶ୍ୱର ଏବଂ କଟକର ସରକାରୀ ଏବଂ ବେସରକାରୀ ବିଦ୍ୟାଳୟର ୫,୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିବ ବୋଲି ଆଶା କରାଯାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ।

ଶୁକ୍ଲାଙ୍କ ଗସ୍ତ ଭାରତର ମହାକାଶ କାର୍ଯ୍ୟକ୍ରମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। କାରଣ ସେ ୧୯୮୪ ମସିହାରେ ରାକେଶ ଶର୍ମାଙ୍କ ପରେ ମହାକାଶ ଯାତ୍ରା କରିବାରେ ଦ୍ୱିତୀୟ ଭାରତୀୟ। ତାଙ୍କର ମିଶନ ଭାରତର ଆଗାମୀ ଗଗନଯାନ କାର୍ଯ୍ୟକ୍ରମ ପାଇଁ ମୂଲ୍ୟବାନ ଅଭିଜ୍ଞତା ପ୍ରଦାନ କରିଛି।

ସେହିପରି କାର୍ଯ୍ୟକ୍ରମ ପୂର୍ବରୁ, ସାଇ ଇଣ୍ଟରନ୍ୟାସନାଲ୍ ଏଜୁକେସନ୍ ଗ୍ରୁପ ଅଧ୍ୟକ୍ଷ ଡକ୍ଟର ସିଲ୍ପି ସାହୁ କହିଛନ୍ତି, “SAITED ଏକ ଶକ୍ତିଶାଳୀ ପ୍ଲାଟଫର୍ମ ଭାବରେ ଠିଆ ହୋଇଛି ଯାହା ପିଲାମାନଙ୍କୁ ଅନୁସନ୍ଧାନ, ପ୍ରଶ୍ନ କରିବା ଏବଂ ନବସୃଜନ କରିବା ପାଇଁ ସଜ୍ଜିତ କରେ। ପ୍ରତିବର୍ଷ, ଆମେ ସାହସିକ ନୂତନ ବାସ୍ତବତାକୁ ରୂପ ଦେବା ପାଇଁ ପ୍ରସ୍ତୁତ ଯୁବ ଶିକ୍ଷାର୍ଥୀଙ୍କ ଠାରୁ ଅସାଧାରଣ ପ୍ରତିଭା ଉଭା ହେଉଥିବାର ଦେଖିଥାଉ।”

Comments are closed.