ନ୍ୟୁୟର୍କ: ୩୨ ବର୍ଷ ବୟସରେ ୬୫ ପିଲାର ବାପା । ଏହା ପଢିବା ପରେ ଆପଣଙ୍କୁ ଟିକେ୍ ଖଟ୍କା ଲାଗିପାରେ । କିନ୍ତୁ ଘଟଣାଟି ସତ । ଏମିତି ଜଣେ ଆମେରିକୀୟ ଯୁବକ ଅଛନ୍ତି ଯିଏ ଶୁକ୍ରାଣୁ ଦାନ କରି ମାତ୍ର ୩୨ ବର୍ଷ ବୟସରେ ୬୫ ପିଲାର ବାପା ହୋଇ ଚର୍ଚ୍ଚାକୁ ଆସିଛନ୍ତି । କିନ୍ତୁ ଏବେ ସେ ଆଉ ଶୁକ୍ରାଣୁ ଦାନ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । କାରଣ ତାଙ୍କୁ ଏବେ ପ୍ରକୃତ ଜୀବନସାଥୀଟିଏ ଦରକାର ।
୩୨ ବର୍ଷିୟ କାଇଲ୍ ଗର୍ଡି ନାମକ ଜଣେ ଯୁବକ ଆମେରିକାର କାଲିଫର୍ନିଆରେ ରୁହନ୍ତି । ସେ ସ୍ଥାନୀୟ ଅଞ୍ଚଳରେ ଶୁକ୍ରାଣୁ ଦାତା ଭାବେ ବେଶ୍ ପରିଚିତ । କାରଣ ନିଃସନ୍ତାନ ଦମ୍ପତ୍ତିଙ୍କ ମୁହଁରେ ସେ ହସ ଫୁଟାନ୍ତି । କମ ବୟସରୁ ସେ ଶୁକ୍ରାଣୁ ଦାନ କରିବା ଆରମ୍ଭ କରିଥିଲେ । ଇତିମଧ୍ୟରେ ୩୨ ବର୍ଷ ବୟସରେ ୬୫ ପିଲାଙ୍କ ବାପା ହୋଇସାରିଲେଣି । ଏବେ ସେ ଏଥିରୁ ଅବସର ନେବାକୁ ଚାହୁଁଛନ୍ତି । ଆଉ କାହାକୁ ସେ ଶୁକ୍ରାଣୁ ଦାନ କରିବେ ନାହିଁ ବୋଲି ନିଷ୍ପତ୍ତି ମଧ୍ୟ ନେଇଛନ୍ତି ।
ଏନେଇ କାଇଲ କହିିଛନ୍ତି ଯେ, ସେ ଏଥିରୁ ଅବସର ନେବାକୁ ଚାହୁଁଛନ୍ତି । କାରଣ ଏହା ତାଙ୍କ ଜୀବନକୁ ନଷ୍ଟ କରିଦେଇଛି । ମୁଁ ସିନା ଅସହାୟଙ୍କୁ ସାହାଯ୍ୟ କରୁଛି , ହେଲେ ଏବେ ମୁଁ ନିଜେ ଅସହାୟ ହୋଇପଡ଼ିଛି । ମୋତେ କେହି ଝିଅ ପସନ୍ଦ କରୁନାହାନ୍ତି । ମୁଁ ଗୋଟେ ଝିଅକୁ ବହୁତ ଭଲ ପାଉଥିଲି । ସେ ମଧ୍ୟ ମୋତେ ବହୁତ ଭଲ ପାଉଥିଲା । ହେଲେ ମୁଁ ଶୁକ୍ରାଣୁ ଦାନ କରୁଥିବା ଜାଣିବା ପରେ ସେ ମୋତେ ଛାଡ଼ି ଚାଲିଗଲେ । ଯାହା ମୋତେ ବହୁତ କଷ୍ଟ ଦେଇଥିଲା । ଏବେ ମୋର ପ୍ରକୃତରେ ଜୀବନସାଥୀଟିଏ ଦରକାର । ବର୍ତ୍ତମାନ ମୋ ଜୀବନ ପାଇଁ ଏହା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ । ଏବେ ସାଥୀ ଖୋଜିବା ଉପରେ ଧ୍ୟାନ ଦେବି । ଦରକାର ପଡ଼ିଲେ ଅଳ୍ପ କେତେକଙ୍କୁ ଶୁକ୍ରାଣୁ ଦାନ ବି କରିବି ।
Comments are closed.