Latest Odisha News

ବ୍ରିଜଭୂଷଣ କେସର ଚାର୍ଜଶିଟ କପି ରେସଲରଙ୍କୁ ଦେବା ପାଇଁ ନିର୍ଦ୍ଦେଶ ଦେଲେ କୋର୍ଟ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ପୂର୍ବତନ ଅଧ୍ୟକ୍ଷଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣି ରେସଲରମାନେ ଧାରଣାରେ ବସିଥିଲେ । ସୋମବାର ରେସଲରମାନେ ଧାରଣାରୁ ଓହରିବା ସହ ଏଥର କୋର୍ଟ ଲଢ଼େଇ ପାଇଁ ପ୍ରସ୍ତୁତ ହୋଇଛନ୍ତି । ରେସଲରମାନେ ବ୍ରିଜଭୂଷଣଙ୍କ ବିରୋଧରେ ଦାୟର କରାଯାଇଥିବା ଚାର୍ଜଶିଟର କପି ଦାବି କରି କୋର୍ଟରେ ଆବେଦନ କରିଥିଲେ । କୋର୍ଟ ଦିଲ୍ଲୀ ପୋଲିସଙ୍କ ଏହାର ଏକ କପି ରେସଲରମାନଙ୍କୁ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀ ପୋଲିସ ୧୫୦୦ ପୃଷ୍ଠାର ଚାର୍ଜଶିଟ ଦାଖଲ କରିଥିଲା । ରେସଲରମାନେ ବ୍ରିଜଭୂଷଣଙ୍କୁ ଗିରଫ ଦାବୀରେ ୨ଥର ଧାରଣାରେ ବସିଥିଲେ ।

ଅବଶ୍ୟ ସେମାନେଙ୍କ ଦାବୀ ଯୋଗୁ ପୋଲିସ ବ୍ରିଜଭୂଷଣଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ନାବାଳିକା ଅଭିଯୋଗକାରୀ ଶେଷ ମୂହର୍ତରେ ବୟାନରୁ ଓହରିଯିବା ଫଳରେ ରେସଲର ଆନ୍ଦୋଳନକୁ ଶକ୍ତ ଧକ୍କା ଲାଗିଛି । ଆମକୁ ନ୍ୟାୟ ନ ମିଳିବା ଯାଁଏ ଏହି ଲଢ଼େଇ ଜାରୀ ରହିବ ବୋଲି ସେମାନେ କହିଛନ୍ତି । ଅପରପକ୍ଷରେ ବ୍ରିଜଭୂଷଣଙ୍କ କୋର୍ଟଙ୍କ ନିଷ୍ପତି ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ବୋଲି କହିଛନ୍ତି ।

Leave A Reply

Your email address will not be published.