ନୂଆଦିଲ୍ଲୀ: ଉତ୍ତର ଭାରତରେ ଏବେ ଶୀତର ଲହରି ଜାରି ରହିଛି । ଯେଉଁଥିରେ ରାଜଧାନୀ ଦିଲ୍ଲୀରେ ମଧ୍ୟଶୀତର ପ୍ରକୋପ ଦେଖିବାକୁ ମିଳିଛି । ଧିରେ ଧିରେ ଦିଲ୍ଲୀର ପାଣିପାଗ ବଦଳୁଥିବା ବେଳେ ତାପମାତ୍ରା ୪.୮ ଡିଗ୍ରୀ ସେଲସିୟସକୁ ଖସିଛି । ଯାହା ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ରେକର୍ଡ କରିଛି ।
ତେବେ ଏହି ତାପମାତ୍ରା ଆହୁରି କମିପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଗୁରୁବାର ଅର୍ଥାତ୍ ଆଜି ସହରର ତାପାମାତ୍ରା ୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଖସିପାରେ ବୋଲି ପୂର୍ବାନୁମାନ କରିଛି । ଯାହା ଗତ ୧୪ ବର୍ଷରେ ପ୍ରଥମ ବୋଲି କହିଛି ଆଇଏମଡି । ଶେଷ ଥର ପାଇଁ ୧୯୮୭ ଡିସେମ୍ବର ୬ରେ ଅର୍ଥାତ୍ ଡିସେମ୍ବର ପ୍ରଥମାଅର୍ଦ୍ଧରେ ତାପମାତ୍ରା ୫ ତଳକୁ ଖସିଥିଲା । ଯାହାକି ୪.୧ ଡିଗ୍ରି ସେଲସିୟସ ସେତେବେଳେ ରେକର୍ଡ କରାଯାଇଥିଲା ।
ତେବେ ବୁଧବାର ଦିଲ୍ଲୀରେ ସବର୍ନିମ୍ନ ତାପମାତ୍ରା ୪.୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଏହା ଦିଲ୍ଲୀର ସବୁଠୁ ଶୀତୁଆ ଦିନ ଭାବରେ ରେକର୍ଡ କରିଛି । ଅନ୍ୟପଟରେ ଏହି ଶୀତର ଲହରି ରାଜସ୍ଥାନ, ପଞ୍ଜାବ, ହରିୟାଣା ଏବଂ ଅନ୍ୟାନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଅନୁଭୂତ ହୋଇଛି । ବୁଧବାର ଜମ୍ମୁ ଏବଂ କାଶ୍ମୀରରେ ପୁଣି ଥରେ ଫ୍ରେସ୍ ତୁଷାରପାତ ହୋଇଛି।
ତେବେ ଦିଲ୍ଲୀ ଆଞ୍ଚଳିକ ପାଣିପାଗ ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ତାପମାତ୍ରା ଆଶାନୁରୂପ ଖସିଥିବା ବେଳେ ଆକାଶ ସ୍ବଚ୍ଛ ଏବଂ ତଣ୍ଡା ପପନ ବହିବ । ସକାଳ ଏବଂ ସନ୍ଧ୍ୟା ସମୟରେ ହାଲୁକା ଧରଣର କୁହୁଡି ଦେଖିବାକୁ ମିଳିବ । ଏହି ସମୟରେ ସର୍ବାଧିକ ଏବଂ ସର୍ବନିମ୍ନ ତାପାମାତ୍ରା ୨୩ରୁ ୪ ଡିଗ୍ରୀ ସେଲସିୟସ ଭିତରେ ରହିବ ।