Latest Odisha News

୬୩ ବର୍ଷ ବୟସରେ ମହିଳାଙ୍କ ବଡ଼ି ବିଲ୍ଡିଂ

ନିଜକୁ ଫିଟ୍ ରଖିବା ପାଇଁ କିଏ ବା ନ ଚାହେଁ । କିନ୍ତୁ ସମସ୍ତଙ୍କୁ ଏଥିରେ ସମୟ ଓ ସଫଳତା ମିଳେ ନାହିଁ । ଆଉ ଯଦି ମହିଳାମାନଙ୍କ କଥା କୁହାଯାଏ ତାହାହେଲେ ସେମାନେ ସବୁଠାରୁ ଅଧିକ ନିଜକୁ ଅବହେଳା କରିଥାନ୍ତି । ଏହାର କାରଣ ହେଲା ଘର ପରିବାର ଓ କର୍ମଜୀବୀ ହୋଇଥିଲେ ଚାକିରିକୁ ଗୁରୁତ୍ୱ ଦେଇ ନିଜ କଥା ଭୁଲି ଯାଆନ୍ତି । କିନ୍ତୁ ଏମିତି ଜଣେ ମହିଳା ଅଛନ୍ତି ଯିଏ ବିଳମ୍ବରେ ହେଲେ ବି ନିଜକୁ ଫିଟ୍ ରଖିବା ଉଦ୍ୟମ ଆରମ୍ଭ କରି ସଫଳ ହୋଇଛନ୍ତି । ଏମିତି କି ବଡ଼ିବିଲ୍ଡିଂ ଚାମ୍ପିୟନଶିପ୍‌ରେ ପୁରସ୍କୃତ ମଧ୍ୟ ହୋଇଛନ୍ତି । ମହିଳା ଜଣକ ହେଲେ ଏଲିନି । ଜାଣନ୍ତୁ ତାଙ୍କ କାହାଣୀ ।

ହାୱାଇର ବାସିନ୍ଦା ଏଲେନି ବ୍ଲକ । ପେଶାରେ ଜଣେ ଓକିଲ । ବୟସ ୬୩ ଛୁଇଁଲାଣି । କର୍ମଜୀବୀ ମହିଳା ହୋଇଥିବାରୁ ନିଜ ଶରୀରକୁ ସମୟ ଦେଇ ପାରି ନ ଥିଲେ । ତେବେ ୬୦ ବର୍ଷ ବୟସରେ ନିଜକୁ ଫିଟ୍ ରଖିବାକୁ ନିଷ୍ପତ୍ତି ନେଲେ । ତେଣୁ ଓଜନ ହ୍ରାସ କରିବା ସହ ବଡ଼ି ବିଲ୍ଡିଂ କରିବାକୁ ବି ଚାହିଁଲେ । ୨୦୨୦ ମସିହାରେ ଡ଼ାଏଟିଂ କରିବା ଆରମ୍ଭ କଲେଏଲେନି । ତାହାସହିତ ଜିମ୍‌ରେ ବି ଜଏନ୍ କଲେ । ବହୁତ ପରିଶ୍ରମ କରିବା ପରେ ନିଜର ଓଜନ ୩୦ କିଲୋ କମାଇବାରେ ସକ୍ଷମ ହେଲେ । ସବୁଠୁ ବଡ଼ କଥା, ସେ ନିଜ ଶରୀରକୁ ପ୍ରଫେସନାଲ ବଡ଼ି ବିଲ୍‌ଡରଙ୍କ ପରି ପ୍ରସ୍ତୁତ କଲେ, ଯାହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ ।
ଏଲେନି କୁହନ୍ତି, ଜୋଏନ୍ ମ୍ୟାକଡୋନାଲ୍ଡ ୭୬ ବୟସରେ ଜିମ୍ ଯାଇ ନିଜକୁ ଫିଟ୍ ରଖୁଥିଲେ । ତାଙ୍କର ଏହି ପରିଶ୍ରମ ଦେଖି ସେ ଅନୁପ୍ରାଣିତ ହୋଇଥିଲେ । ସେ ଭାବିଲେ ଯେ, ନିଜ ଶରୀରକୁ ପରିବର୍ତ୍ତନ କରିବେ । ଏଥିପାଇଁ ଉଦ୍ୟମ ଆରମ୍ଭ କରିବା ସହ ସଫଳ ହେଲେ ।
ଏଲେନି ଇତିମଧ୍ୟରେ ଦୁଇଟି ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଭାଗ ନେଇ ସାରିଲେଣି । ଏଲେନିଙ୍କ ଏପରି ପରିବର୍ତ୍ତନ ଦେଖି ତାଙ୍କ ସାଙ୍ଗମାନେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏଲେନି ତାଙ୍କ ବୟସକୁ ୧୦ ବର୍ଷ ପଛକୁ ଫେରାଇ ନେଇଛନ୍ତି ବୋଲି ମତ ରଖନ୍ତି ତାଙ୍କ ଶୁଭେଚ୍ଛୁ ଓ ସମର୍ଥକ ।

Leave A Reply

Your email address will not be published.