Latest Odisha News

ବିବାଦ ଭିତରେ ବାଉନ୍ସ ବ୍ୟାକ କଲେ କି ଗୌତମ ଆଦାନୀ?

ନୂଆଦିଲ୍ଲୀ: ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ବିବାଦରେ ରହିଥିବା ବିଜନେସ ଟାଇକୁନ ଗୌତମ ଆଦାନୀ ବାଉନ୍ସ ବ୍ୟାକ କଲେ କି? ଏଭଳି କହିବାର କାରଣ ଗୌତମ ଆଦାନୀଙ୍କ କମ୍ପାନୀଗୁଡିକର ଅଂଶଧନ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଭଲ ଅଭିବୃଦ୍ଧି ଦେଖିଛି। ମାତ୍ର ୨୭୦ ମିନିଟରେ ଆଦାନୀଙ୍କ ନେଟଓ୍ୱର୍ଥ ମୂଲ୍ୟ କେବଳ ୪୦ ହଜାର କୋଟିରୁ ଅଧିକ ଟଙ୍କା ହୋଇଛି। ଏଥିସହ ସେ ବିଶ୍ୱର ୨୦ ବିଲିୟନେୟାର ତାଲିକାକୁ ମଧ୍ୟ ଫେରିଛନ୍ତି। ସେ ଫୋର୍ବସ୍ ରିଅଲ୍ ଟାଇମ୍ ବି-ଲାଇନର୍ସ ତାଲିକାରେ ୫ଟି ସ୍ଥାନ ଡେଇଁଛନ୍ତି।

ଆଦାନୀ ଏଣ୍ଟରପ୍ରାଇଜେସର ସେୟାରରେ ୧୫ ପ୍ରତିଶତରୁ ଅଧିକ ବଢିଛି। ଆଦାନୀ ପୋର୍ଟ ଏବଂ ଏସଇଜେଡର ସେୟାର ୮ ପ୍ରତିଶତରୁ ଅଧିକ ଲାଭ କରିଛି। ଏନଡିଟିଭିର ଷ୍ଟକ୍ ଉପର ୫ ପ୍ରତିଶତ ବଢିଛି। ଆଦାନୀ ଗ୍ୟାସର ଷ୍ଟକ୍ ୫ ପ୍ରତିଶତ ବଢିଛି। ସେହିପରି ଆଦାନୀର ଅନ୍ୟାନ୍ୟ କମ୍ପାନୀର ସେୟାର ହାରାହାରି ୫ ପ୍ରତିଶତ ଲେଖାଏଁ ବଢ଼ିଥିବା ଦେଖିବାକୁ ମିିଳିଛି।

ଲଗାତାର ଦ୍ୱିତୀୟ ଦିନ ପାଇଁ ଆଦାନୀଙ୍କ ନେଟଓ୍ୱର୍ଥ ମୂଲ୍ୟ ବୃଦ୍ଧି ହେଉଛି। ଫୋର୍ବସ୍ ରିଅଲ୍ ଟାଇମ୍ ବିଲିୟନେୟାର ତାଲିକାରେ ତାଙ୍କର ନେଟଓ୍ୱର୍ଥ ମୂଲ୍ୟ ୬୪.୩ ବିଲିୟନ ଡ଼ଲାରରେ ପହଞ୍ଚିଛି। ଗୋଟିଏ ଦିନ ପୂର୍ବରୁ ତାଙ୍କର ନେଟଓ୍ୱର୍ଥ ମୂଲ୍ୟ ୬୦ ବିଲିୟନ ଡ଼ଲାର୍ ଥିଲା। ଏହି ବୃଦ୍ଧି ପରେ ସେ ବର୍ତ୍ତମାନ ଦୁନିଆର ୧୭ ତମ ଧନୀ ବ୍ୟବସାୟୀ ହୋଇପାରିଛନ୍ତି। ଏହାର ଅର୍ଥ ସେ ପୁଣି ଥରେ ଦୁନିଆର ଶ୍ରେଷ୍ଠ ୨୦ ବିଲିୟନେୟାର ତାଲିକାରେ ରହିଛନ୍ତି। ଗୋଟିଏ ଦିନ ପୂର୍ବରୁ ସେ ୨୧ ତମ ସ୍ଥାନରେ ଥିଲେ।

ଷ୍ଟକ୍ ମାର୍କେଟ ସକାଳ ୯ଟା ୧୫ରେ ଖୋଲିଥିଲା ​​ଏବଂ ସେବେଠାରୁ ତାଙ୍କର ନେଟଓ୍ୱର୍ଥ ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଥିଲା। ଗୌତମ ଆଦାନୀଙ୍କ ନେଟଓ୍ୱର୍ଥ ମୂଲ୍ୟ ଅପରାହ୍ନ ଗୋଟାଏ ୪୫ ମିନିଟ୍ ପର୍ଯ୍ୟନ୍ତ ୪.୯ ବିଲିୟନ ଡ଼ଲାରରେ ବୃଦ୍ଧି ପାଇଛି। ଏହାର ଅର୍ଥ ହେଉଛି ଭାରତୀୟ ଟଙ୍କା ଅନୁଯାୟୀ ୨୭୦ ମିନିଟରେ ଗୌତମ ଆଦାନୀଙ୍କ ନେଟଓ୍ୱର୍ଥ ମୂଲ୍ୟରେ ୪୦ ହଜାର କୋଟି ଟଙ୍କା ବୃଦ୍ଧି ଘଟିଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ଷ୍ଟକ୍ ମାର୍କେଟ୍ ଅପରାହ୍ନ ୩.୩୦ ରେ ବନ୍ଦ ହୋଇଥାନ୍ତା, ତା’ହେଲେ ତାଙ୍କର ନେଟଓ୍ୱର୍ଥ ମୂଲ୍ୟ ଆହୁରି ବୃଦ୍ଧି ପାଇଥାନ୍ତା।

 

Leave A Reply

Your email address will not be published.