Latest Odisha News

ଖୁବ୍ ଶୀଘ୍ର ବିଶ୍ୱ କ୍ରିକେଟକୁ ମିଳିବାକୁ ଯାଉଛି ସବୁଠାରୁ ଡେଙ୍ଗା ବୋଲର, ଉଚ୍ଚତା ମାତ୍ର ୭ଫୁଟ ୬ ଇଂଚ

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟକୁ ଅନେକ ପ୍ରକାର ବୋଲର ଦେଇଛି । ତା ମଧ୍ୟରେ ସୁଇଂ ବୋଲର ୱାସିମ ଆକ୍ରମ, ଦ୍ରୁତ ବୋଲର ସୋଏବ ଅଖତର ସାମିଲ । ଏବେ ବିଶ୍ୱ କ୍ରିକେଟକୁ ପାକିସ୍ତାନ ସବୁଠାରୁ ଡେଙ୍ଗା ବୋଲର ଦେବାକୁ ଯାଉଛି । ଆଜ୍ଞା ହଁ ପାକିସ୍ତାନ ସୁପର ଲିଗ୍ ଟିମ୍ ଲାହୋର କଲନ୍ଦର୍ସ ମୁଦାସର ଗୁଜରଙ୍କୁ ଦଳରେ ସାମିଲ କରିଛି । ଏହି ବୋଲରର ଉଚ୍ଚତା ୭ଫୁଟ ୬ ଇଂଚ । ଯଦି ସେ ପ୍ରଭାବୀ ପ୍ରଦର୍ଶନ ଜାରି ରଖି ଜାତୀୟ ଦଳରେ ସ୍ଥାନ ପାଆନ୍ତି ତାହାହେଲେ ବିଶ୍ୱର ସବୁଠାରୁ ଡେଙ୍ଗା ବୋଲର ମାନ୍ୟତା ପାଇବେ ।

BjdElectrycity

ପୂର୍ବରୁ ମହମ୍ମଦ ଇର୍ଫାନ ପାକିସ୍ତାନ ପକ୍ଷରୁ ଖେଳି ସାରିଛନ୍ତି ତାଙ୍କ ଉଚ୍ଚତା ୭ଫୁଟ ୧ ଇଂଚ । ମୁଦାସର ଜୋରଦାର ପ୍ରଶିକ୍ଷଣ ଜାରି ରଖିଛନ୍ତି । ପ୍ରାଇମେରୀ ସ୍କୁଲରେ ପଢ଼ିବା ବେଳେ ତାଙ୍କ ଉଚ୍ଚତା ୬ଫୁଟ ହୋଇ ଯାଇଥିଲା । ସବୁଠାରୁ ମଜା କଥା ତାଙ୍କ ଜୋତା ସାଇଜ ହେଲା ୨୩.୫ ।

Leave A Reply

Your email address will not be published.