Latest Odisha News

BREAKING NEWS

ଶାଶୁ ଘର ଲୋକଙ୍କ ଆକ୍ରମଣରେ ବାପ ଘର ଲୋକ ଗୁରୁତର

ଜଳେଶ୍ୱର: ବାପଘର ଲୋକ ଝିଅକୁ ଶାଶୁ ଘରକୁ ଆଣିବାକୁ ଯାଇ ମା’, ଭାଇ, ଭଉଣୀ ଭିଣୋଇ ଆକ୍ରମଣର ଶିକାର ହୋଇଥିଲେ । ଶାଶୁ ଘର ଆକ୍ରମଣରେ ଛଅ ଆହତ ଜଣେ ଗୁରୁତର ହୋଇଛନ୍ତି । ଏନେଇ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଘଣ୍ଟିଆଡି ଗ୍ରାମର ମଣ୍ଟୁ ଜେନାଙ୍କର ସ୍ତ୍ରୀ କଳ୍ପଲତା ଜେନା ଗତ ୭ଦିନ ତଳେ ଏକ ଝିଅ ଜନ୍ମ ଦେଇଥିଲେ । ଶାଶୁ ଘର ପକ୍ଷରୁ କଳ୍ପଲତାକୁ ସ୍ୱାମୀ ଓ ଦେଉର ମଙ୍ଗଳବାର ଘରର କାମ କରିବାକୁ ବାଧ୍ୟ କରିଥିଲେ । କଳ୍ପଲତା କଷ୍ଟ ଅନୁଭବ କରିବାରୁ ତାଙ୍କ ବାପ ଘରକୁ ଜଣାଇଥିଲେ ।

ବୁଧବାର କଳ୍ପଲତାଙ୍କ ବାପ ଘର ପକ୍ଷରୁ ଘଣ୍ଟିଆଡି ଗାଁକୁ ଝିଅକୁ ନେବାକୁ ଆସିଥିଲେ । କଳ୍ପଲତା ଶାଶୁଘର ପକ୍ଷରୁ କଳ୍ପଲତାକୁ ଯିବାକୁ ଅନୁମତି ଦେଇଥିଲେ । କଳ୍ପଲତା ଘରୁ ବାହାରି ଅଟୋରେ ବସିବା ସମୟରେ ଶାଶୁ ଘର ପକ୍ଷରୁ ହଠାତ ବାପ ଘର ଲୋକଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ଛଅ ଆହତ ହୋଇ ଥିଲାବେଳେ ଜଣେ ଗୁରୁତ୍ୱର ହୋଇ ବାଲିଆପାଳ ଡାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି । ଏନେଇ କଳ୍ପଲତାଙ୍କ ବାପଘର ପକ୍ଷରୁ ବାଲିଆପାଳ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି । ପୋଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଚଳାଇଛି ।

Comments are closed, but trackbacks and pingbacks are open.