Latest Odisha News

BREAKING NEWS

[ଭିଡିଓ] ସାମ୍ନାକୁ ଆସିଲା ଧୋନୀଙ୍କ ପୌରାଣିକ ୱେବ୍ ସିରିଜ ‘ଅଥର୍ବ’ର ଫାଷ୍ଟ ଲୁକ୍

ମୁମ୍ବାଇ: ଖୁବଶୀଘ୍ର ଦର୍ଶକଙ୍କ ସାମ୍ନାକୁ ଆସିବ ପୂର୍ବତନ ଭାରତୀୟ କ୍ରିକେଟର୍ ଧୋନୀଙ୍କ ଗ୍ରାଫିକ୍ ୱେବ୍ ସିରିଜ୍ ‘ଅଥର୍ବ: ଦ ଅରିଜିନ୍‌’ । ପୌରାଣିକ ଥିମ୍ ଉପରେ ଆଧାରିତ ଏହି ଗ୍ରାଫିକ୍ ନୋଭେଲରେ ଧୋନୀଙ୍କ ଆନିମେଟେଡ୍ ଅବତାର ଚର୍ଚ୍ଚାରେ ରହିଛି । ନିକଟରେ ଖୋଦ ଧୋନୀ ନିଜ ଗ୍ରାଫିକ୍ ସିରିଜର ଫାଷ୍ଟ ଲୁକ୍ ରିଭିଲ୍ କରିଛନ୍ତି ।

ଧୋନୀ ଏଣ୍ଟରଟେନମେଣ୍ଟ ବ୍ୟାନର ତଳେ ପ୍ରଯୋଜିତ ଏହି ପୌରାଣିକ ତଥା ସାଇନ୍ସ ଫିକ୍ସନ୍ ୱେବ୍ ସିରିଜ୍‌ର ରମେଶ ଥମିଲମାନିଙ୍କ କାହାଣୀ ଉପରେ ଆଧାରିତ । ଏଥିରେ ଏକ ବିଶାଳ ସେନା ସମ୍ମୁଖରେ ଧୋନୀଙ୍କୁ ଯୋଦ୍ଧା ଭାବେ ପ୍ରଦର୍ଶିତ କରାଯାଇଛି ।

ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଧୋନୀ ବିଭିନ୍ନ ଦିଗ ଆଡକୁ ମନ ବଳାଇଛନ୍ତି । ଅଥବ ଭର୍ଳି ସିରିଜ୍ ଧୋନୀଙ୍କ ଅନ୍ୟତମ ତଥା ନୂଆ ଇନିଂସ ବୋଲି ଚର୍ଚ୍ଚା ଜୋର ଧରିଛି । ସିରିଜ୍‌ରେ ଅଘୋରୀଙ୍କ ଗୁରୁତ୍ୱୂପୂର୍ଣ୍ଣ ଭୂମିକା ରହିଥିବା ଜଣାପଡିଛି । ସିରିଜର ଫାଷ୍ଟ ଲୁକ୍ ଭିଡିଓକୁ ଖୋଦ ଧୋନୀ ନିଜ ଫେସବୁକ୍ ପେଜରେ ସେୟାର କରିଛନ୍ତି ।

Comments are closed, but trackbacks and pingbacks are open.