Latest Odisha News

BREAKING NEWS

ଜେଲ ଭିତରେ ଏଟି ଗ୍ରୁପ୍ ମୁଖ୍ୟ ପ୍ରଦୀପ ସେଠୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର: ଅର୍ଥତତ୍ୱ ଗ୍ରୁପର ମୁଖ୍ୟ ପ୍ରଦୀପ ସେଠୀ ଜେଲ୍ ମଧ୍ୟରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ପରେ ଝାରପଡା ସ୍ପେଶାଲ୍ ଜେଲର ଅଧିକାରୀମାନେ ତାଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲରେ ଭର୍ତ୍ତି କରିଛନ୍ତି ।

ଗଣମାଧ୍ୟମକ ସୂଚନା ଦେଇ ଝାରପଡା ଜେଲର ସୁପରିଟେଣ୍ଡେଣ୍ଟ୍ ସୁଭକାନ୍ତ ମିଶ୍ର କହିଛନ୍ତି, ଆଜି ସକାଳ ପ୍ରାୟ ୧୧ଟା୧୫ମି. ସମୟରେ ଶ୍ରୀ ସେଠୀ କୌଣସି କାର୍ଯ୍ୟ ଲାଗି ଜେଲ୍ ମଧ୍ୟରେ ଥିବା ଜନମଙ୍ଗଳ ଅଫିସକୁ ଆସିଥିଲେ । ସେଠାରେ କିଛି ପିଅନଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା । ପରବର୍ତ୍ତୀ ସମୟରେ ସେ ଅଫିସରେ ଥିବା ଏକ ଇନଭର୍ଟରୁ ଗୋଟିଏ ତାର ନେଇ ଶୌଚାଳୟ ମଧ୍ୟକ଼ୁ ପଳାଇଥିଲା । ପରେ ଉକ୍ତ ତାରକୁ ବେକରେ ଗୁଡାଇ ଆତ୍ମହତ୍ୟା କରିବା ଲାଗି ଉଦ୍ୟମ କରିଥିଲା ।

ଏନେଇ ଖବର ପାଇ ସିକ୍ୟୁରିଟି ଗାର୍ଡମାନେ ଶୌଚାଳୟର କବାଟ ଖୋଲି ତାଙ୍କୁ ଉଦ୍ଧାର କରିଥିଲେ ଏବଂ ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲକୁ ନେଇ ସାଇକାଟ୍ରିକ୍ ୱାର୍ଡରେ ଭର୍ତ୍ତି କରିଥିବା ନେଇ ସୂଚନା ମିଳିଛି ।

ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି, ଏହାପୂର୍ବରୁ ମଧ୍ୟ ଚିଟଫଣ୍ଡ ଅଭିଯୁକ୍ତ ସେଠୀ ଜେଲ୍ ମଦ୍ୟରେ ଆତ୍ମହତ୍ୟା ଲାଗି ଦୁଇ ଥର ଉଦ୍ୟମ କରିଥିଲେ ।

Leave A Reply

Your email address will not be published.