Latest Odisha News

BREAKING NEWS

‘ସିଏଏ’ ଉପରେ ଲାଗିବନି ରୋକ: ୪ ସପ୍ତାହ ଭିତରେ ଜବାବ ଦାଖଲ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ

ନୂଆଦିଲ୍ଳୀ: ନାଗରିକତା ସଂଶୋଧନ ଆଇନ ଉପରେ ଲାଗିବନି ରୋକ । ଆଜି ସୁପ୍ରିମକୋର୍ଟ ସିଏଏ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାଖଲ ହୋଇଥିବା ୧୪୪ ଆବେଦନର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ନାଗରିକତା ସଂଶୋଧନ ଆଇନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ସୁପ୍ରିମକୋର୍ଟରେ ୧୪୪ଟି ଆବେଦନ ହୋଇଥିଲା ।

ତେବେ ସିଏଏ ଉପରରେ ତୁରନ୍ତ ରୋକ ଲଗାଇବାକୁ ମନା କରିଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଏଥିସହ ୪ ସପ୍ତାହ ମଧ୍ୟରେ ଜବାବ ତଲବ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କୋର୍ଟ କହିଛନ୍ତି ଯେ, ଏନେଇ ଏକପାଖିଆ ନିଷ୍ପତି ନିଆଯାଇ ପାରିବନି । ଏହି ମାମଲାର ଶୁଣାଣି ପାଇଁ ଅଲଗା ଅଲଗା ଜୋନକୁ ନେଇ ଏକ ସାମ୍ବିଧାନିକ ଖଣ୍ଡପୀଠ ଗଠନ ହେବ । ୪ ସପ୍ତାହ ପରେ ଏହି ମାମଲାର ପରବର୍ତୀ ଶୁଣାଣି ହେବ ।

ଜଷ୍ଟିସ ଏସ୍ ଏ ବୋବଡେ, ଜଷ୍ଟିସ ଏସ୍ ଅବଦୁଲ ନଜିର ଏବଂ ସଂଜୀବ ଖାନ୍ନାଙ୍କ ୩ ଜଣିଆ ଖଣ୍ଡପୀଠ ବିଭିନ୍ନ ପକ୍ଷଦ୍ୱାରା ଦାଖଲ ହୋଇଥିବା ସିଏଏ ସଂକ୍ରାନ୍ତ ପିଟିସନ ଉପରେ ଶୁଣାଣି କରିଛନ୍ତି ।

ନାଗରିକତା ସଂଶୋଧନ ଆଇନ ଅନୁଯାୟୀ ପାକିସ୍ତାନ, ବାଂଗଲାଦେଶ ଓ ଆଫଗାନିସ୍ତାନରୁ ପ୍ରତାଡିତ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତ୍ୱ ଦେବା ପ୍ରାବଧାନ ରହିଛି । ଧାର୍ମିକ ପ୍ରତାଡିତ ହିନ୍ଦୁ, ଶିଖ, ବୌଦ୍ଧ ଏବଂ ଇସାଇ ସମ୍ପ୍ରଦାୟର ଲୋକଙ୍କୁ ନାଗରିକତ୍ୱ ଦିଆଯିବ । ଯେଉଁମାନେ ୨୦୧୪ ପୂର୍ବରୁ ଭାରତରେ ଆସି ଶରଣ ନେଇଛନ୍ତି ସେମାନଙ୍କୁ ନାଗରିକତ୍ୱ ମିଳିବ ।

Leave A Reply

Your email address will not be published.