Latest Odisha News

ଅଧାରେ ରହିଗଲା ରକ୍ଷାବନ୍ଧନ ପର୍ବ; ସଡକ ଦୁର୍ଘଟଣାରେ ଗଲା ୧୦ ଜୀବନ

ବୁଲନ୍ଦସହର: ଉତ୍ତରପ୍ରଦେଶର ବୁଲନ୍ଦସହରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ବସ୍ ଓ ପିକ୍ଅପ୍ ଭ୍ୟାନ ମଧ୍ୟରେ ହେଲା ମୁହାଁମୁହିଁ ଧକ୍କା। ଏହି ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଗାଜିଆବାଦର ଏକ କମ୍ପାନିରୁ ମ୍ୟାକ୍ସ ଗାଡିରେ ସମସ୍ତ ଲୋକ ରକ୍ଷାବନ୍ଧନ ପର୍ବ ପାଳନ କରିବାକୁ ନିଜ ଘର ଆଲିଗଡ଼ ଯାଉଥିଲେ। ଶିକରାପୁରରୁ ଏକ ଘରୋଇ ବସ୍ ଦ୍ରୁତ ଗତିରେ ଆସି ସାମ୍ନା ପଟୁ ପିକ୍ଅପ୍ ଭ୍ୟାନ୍କୁ ଧକ୍କା ଦେଇଥିଲା।

ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ସହ ଗାଁ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି।

ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିବା ଜଣାପଡିଛି। ଫଳରେ ରାଜପଥରେ ଯାନବାହନ ଚଳାଚଳ ବନ୍ଦ ରହିଛି।

Comments are closed.