Latest Odisha News

BREAKING NEWS

ଶ୍ରୀକାକୁଲମ ମନ୍ଦିରରେ ଦଳାଚକଟା; ୧୦ ଭକ୍ତ ମୃତ, ବହୁ ଆହତ

ହାଇଦ୍ରାବାଦ: ଏକାଦଶୀ ଅବସରରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରେ ଥିବା କାଶିବୁଗାର ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଥିଲା। କିନ୍ତୁ ଏହି ସମୟରେ ଦଳାଚକଟା ଘଟଣାରେ ଦଶ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ଜଣାପଡିଛି।

ଏହି ଦୁର୍ଘଟଣାକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦୁଃଖ ପ୍ରକାଶ କରିବା ସହ ଏହାକୁ ଦୁର୍ଭାଗ୍ୟଜନକ ଘଟଣା ବୋଲି କହିଛନ୍ତି। ଏଥିସହିତ ପୀଡିତଙ୍କ ପରିବାର ପ୍ରତି ସେ ଗଭୀର ସମବେଦନା ମଧ୍ୟ ଜଣାଇଛନ୍ତି। ତେବେ ଆହତ ବ୍ୟକ୍ତି ମାନଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବାପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ କର୍ମଚାରୀ ଏବଂ ସ୍ଥାନୀୟ ନେତାମାନଙ୍କୁ ଦଳାଚକଟା ସ୍ଥାନକୁ ଯାଇ ଉଦ୍ଧାର କାର୍ଯ୍ୟ ତଦାରଖ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି।

ସକାଳ ପ୍ରାୟ ୧୧:୩୦ ସମୟରେ ଏହି ଦୁର୍ଘଟଣା ଘଟିଥିବା ନେଇ କାସିବୁଗା ସବ-ଡିଭିଜନ ଇନଚାର୍ଜ ଡିଏସପି ଲକ୍ଷ୍ମଣ ରାଓ ସୂଚନା ଦେଇଛନ୍ତି। ଏକାଦଶୀ ଭଳି ପବିତ୍ର ଦିନରେ ଏହିପରି ମର୍ମନ୍ତୁଦ ଦୁର୍ଘଟଣା ଘଟି ଲୋକମାନେ ପ୍ରାଣ ହରାଇଥିବାରୁ ସେ ଦୁଃଖିତ ଥିବା ନେଇ କହିଛନ୍ତି।

 

Comments are closed.