Latest Odisha News

BREAKING NEWS

ନିମୋରୋଜରେ ବୋମା ବିସ୍ଫୋରଣରେ, ୧୨ ପୋଲିସ କର୍ମଚାରୀ ନିହତ

କାବୁଲ: ଆଫଗାନିସ୍ତାନର ନିମୋରୋଜ ଅଂଚଳରେ ବୋମା ବିସ୍ଫୋରଣ ଘଟିବା ଯୋଗୁ ୧୨ ପୋଲିସ କର୍ମଚାରୀ ନିହତ ହୋଇଛନ୍ତି ।  ମୃତ ପୋଲିସ କର୍ମଚାରୀଙ୍କ ଭିତରେ ଜିଲ୍ଲା ପୋଲିସ ମୁଖ୍ୟ ରହିଛନ୍ତି । ଗତ ରବିବାର ଆଫଗାନିସ୍ତାନର ପଶ୍ଚିମ ପ୍ରାନ୍ତରେ ଏକ ଆତ୍ମଘାତି କାର୍ ବୋମା ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ୧୨ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଶହେରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଥିଲେ ।

ଏହା ପୂର୍ବରୁ ଅକ୍ଟୋବର ୧୬ରେ ଆଫଗାନିସ୍ତାନର ଫିରୋଜକି ସହରରେ ରାସ୍ତା ଉପରେ ଏକ ବୋମା ବିସ୍ଫୋରଣ ହୋଇଥିଲା । ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ହୋଇଥିଲେ ।

Leave A Reply

Your email address will not be published.