Latest Odisha News

BREAKING NEWS

ଧୋନୀଙ୍କ ପରେ ବିଜୟଙ୍କ ଝିଅକୁ ଦୁଷ୍କର୍ମ ଧମକ !

ତେଲେଙ୍ଗାନା: ବାୟୋପିକ୍ 800ରେ ଅଭିନୟ କରିବା ନେଇ ଅଭିନେତା ବିଜୟ ସେଥୁପତି ସମାଲୋଚନାର କେନ୍ଦ୍ରରେ ରହିଥିଲେ । ହେଲେ ସୋମବାର ଖୋଦ ମୁରଲିଧରନ୍ ତାଙ୍କୁ ଫିଲ୍ମରୁ ଓହରିଯିବାକୁ କହିଥିଲେ । ଯାହା ପରେ ବିଜୟ ଫିଲ୍ମରେ ଅଭିନୟ ନ କରିବା ନେଇ ସ୍ପଷ୍ଟ କରିଥିଲେ । ହେଲେ ସୋସିଆଲ ମିଡିଆରେ ଏବେ ବି ବିଜୟଙ୍କ ଟ୍ରୋଲ୍ ଥମିନାହିଁ ।

ନିକଟରେ ଧୋନୀଙ୍କ ଝିଅକୁ ମିଳିଥିଲା ଦୁଷ୍କର୍ମ ଧମକ । ଯାହାର ପୁନରାବୃତ୍ତି ବିଜୟଙ୍କ ସହ ମଧ୍ୟ ଘଟିଛି । ଟୁଇଟ୍ ମାଧ୍ୟମରେ ବିଜୟଙ୍କ ନାବାଳିକା ଝିଅକୁ ବି ମିଳିଛି ଦୁଷ୍କର୍ମ ଧମକ । ଏହି ଘଟଣା ପରେ ଅନେକ ଲୋକ ସୋସିଆଲ ମିଡିଆରେ ସେହି ବ୍ୟକ୍ତିକୁ ଗିରଫ କରିବା ଲାଗି ଦାବି କରିଥିଲେ ।

ଅଭିଯୁକ୍ତର ଟୁଇଟର୍ ଟାଇଟଲ ରିଥିକ୍ ଥିବାବେଳେ ଆକାଉଣ୍ଟଟି ସସ୍ପେଣ୍ଡ କରିଦିଆଯାଇଛି । ଅନ୍ୟପଟେ ଡିଏମ୍‌କେ ସାଂସଦ ଏସ୍ ସେନ୍ଥିଲ୍ କୁମାର ବି ଅଭିଯୁକ୍ତକୁ ଗିରଫ କରିବା ଲାଗି ଦାବି କରିଛନ୍ତି । ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଚେନ୍ନାଇ ପୋଲିସକୁ ମଧ୍ୟ ଏହି ମାମଲାର ଅନୁସନ୍ଧାନ କରିବାକୁ ସେ ଅନୁରୋଧ କରିଛନ୍ତି ।

ତାମିଲ ସମ୍ପ୍ରଦାୟର ଅଧିକାଂଶ ଲୋକ ବାୟୋପିକ 800ରେ ଅଭିନୟ ନ କରିବାକୁ ବିଜୟଙ୍କ ଉପରେ ଚାପ ପକାଇଥିଲେ । ପରେ ମୁରଲିଧରନଙ୍କ ଅନୁରୋଧ କ୍ରମେ ବିଜୟ ଫିଲ୍ମରୁ ଓହରିଯାଇଥିଲେ । ଏହାପରେ ବି ତାଙ୍କୁ ନେଇ ଲୋକଙ୍କର ଆକ୍ରୋଶ କମିନଥିବା ଜଣାପଡିଛି । ତେବେ ସାମାନ୍ୟ ଏକ ଫିଲ୍ମ ପାଇଁ ଏକ ନୀରିହ ନାବାଳିକାକୁ ଦୁଷ୍କର୍ମ ଧମକ ଦେବା କେତେଦୂର ଯୁକ୍ତିଯୁକ୍ତ ?

Leave A Reply

Your email address will not be published.