ନ୍ୟୁୟର୍କ: ଆମେରିକାରେ ପୁଣି ଆଖିବୁଜା ଗୁଳିଚାଳନା । ଜଣେ ବ୍ୟକ୍ତି ଏକ ଜନବହୁଳ ଜାଗାରେ ଆଖି ବୁଜା ଗୁଳି ଚାଳନା କରିଛନ୍ତି । ଫଳରେ ଅତିକମରେ ୨୨ ଜଣଙ୍କର ମୃତ୍ୟୁ ଘଟିଛି । ୬୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଅଛି ।
ପୋଲିସ ସୂଚନା ଅନୁଯାୟୀ ବୁଧବାର ରାତିରେ ଜଣେ ଶୁଟର ଏପରି ଘଟଣା ଘଟାଇଛନ୍ତି । ଏଣ୍ଡ୍ରୋସ୍କୋଗିନ କାଉଣ୍ଟି ଶେରିଫ କାର୍ଯ୍ୟାଳୟ ପକ୍ଷରୁ ଫେସବୁକରେ ସନ୍ଦଗ୍ଧ ବ୍ୟକ୍ତିଙ୍କ ଦୁଇଟି ଫଟୋ ସେୟାର କରିଛି ଏବଂ ସେ ଫେରାର ଥିବା କହିଛି । ପୋଲିସ ଆତଙ୍କୀର ଫଟୋ ସେୟାର କରି ଲୋକଙ୍କୁ ସାହାଯ୍ୟ ମାଗିଛି । ଫଟୋରେ ଏହି ଆତଙ୍କୀ ଲମ୍ବା ହାତଥିବା ସାର୍ଟ ପିନ୍ଧିଛି ଏବଂ ଦାଢି ରଖିଛି । ହାତରେ ରାଇଫଲ ଧରି ଗୁଳି ଫୁଟାଇ ଚାଲିଛି । ଆତତାୟୀ ଜଣକ ସେମି ଅଟୋମେଟିକ୍ ବନ୍ଧୁକରୁ ଆଖିବୁଜା ଗୁଳିମାଡ଼ କରିଥିବା ଜଣାଯାଇଛି ।
ଲେଭିଷ୍ଟନରେ ସେଣ୍ଟ୍ରାଲ ମେଡିକାଲ ସେଣ୍ଟର ପକ୍ଷରୁ ଏକ ବୟାନ ଜାରି କରି କୁହାଯାଇଛି, ଅନେକ ଲୋକଙ୍କ ଅବସ୍ଥା ଗୁରୁତର ଅଛି । ସେମାନଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଲୋକମାନଙ୍କୁ ଘରୁ ନବାହାରିବା ପାଇଁ ପୋଲିସ ପକ୍ଷରୁ ଅପିଲ କରାଯାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
Comments are closed.