Latest Odisha News

ତିବ୍ଦତ ଗ୍ଲେସିୟରରୁ ମିଳିଲା ୧୦ ହଜାର ବର୍ଷ ତଳର ୩୩ ଭାଇରସ !

ତିବ୍ଦତ: ତିବ୍ଦତର ଗ୍ଲେସିୟର ମଧ୍ୟରୁ ବୈଜ୍ଞାନିକମାନେ ୧୫ ହଜାର ବର୍ଷ ତଳର ୩୩ ପ୍ରକାର ନୂତନ ଭାଇରସ ପାଇଛନ୍ତି । ଏହା ମଧ୍ୟରୁ ୨୮ ଭାଇରସ ସମ୍ପର୍କରେ ବୈଜ୍ଞାନିକମାନେ ମଧ୍ୟ ଅଜଣା ଥିଲେ । ଆମେରିକାର ଷ୍ଟେଟ ଓହିୟା ୟୁନିଭରସିଟିର ବୈଜ୍ଞାନିକମାନେ ଏହି ଗବେଷଣା କରିଥିଲେ । ବର୍ତମାନ ଏହି ଭାଇରସ କିପରି ଏତେ ଦିନ ଧରି ଜୀବିତ ଥିଲେ ସେ ନେଇ ଗବେଷଣା ଆରମ୍ଭ ହୋଇଛି । ଏହି ଗ୍ଲେସିୟରଗୁଡିକ ଧିରେ ଧିରେ ପ୍ରସ୍ତୁତ ହୋଇଥିଲା ।

ଗ୍ୟାସ, ଧୂଳି, ମାଟି ଓ ଅନ୍ୟ କେତେ ପ୍ରକାରର ଭାଇରସ ବରଫ ଭିତରେ ଏକାଠି ହୋଇଥିଲେ । ବରଫର ଆସ୍ତରଣ ଉପରେ ଆସ୍ତରଣ ବସିବା ପରେ କେତେକ ଭାଇରସ ବଂଚି ରହିଥିଲେ । ମାଇକ୍ରୋବାଇଲୋଜିଷ୍ଟ ମ୍ୟାଥୁ ସାଲ୍ଲିବନଙ୍କ ମତରେ ଏହି ଭାଇରସ ପ୍ରତିକୂଳ ପରିସ୍ଥିତିରେ ତିଷ୍ଠି ରହି ପାରୁଥିବାରୁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ଗବେଷଣା ପରେ ଏହା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯାଇ ପାରିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.