Latest Odisha News

BREAKING NEWS

ବ୍ରିସବେନରେ ହେବ ୨୦୩୨ ଅଲିମ୍ପିକ୍ସ

ଟୋକିଓ: ଆନ୍ତର୍ଜାତୀୟ ଅଲିମ୍ପିକ କମିଟି ବୁଧବାର ୨୦୩୨ ଅଲିମ୍ପିକ୍ସ ଅଷ୍ଟ୍ରେଲିଆର ବ୍ରିସବେନରେ ହେବ ବୋଲି ଘୋଷଣା କରିଛି । ବ୍ରିସବେନ ବିରୋଧରେ କେହି ଦାବୀଦାର ନ ଥିବାରୁ ସର୍ବସମ୍ମତିକ୍ରମେ ଆୟୋଜନ ଦାୟିତ୍ୱ ମିଳିଛି । ପୂର୍ବରୁ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ (୧୯୫୬) ଓ ସିଡନୀ(୨୦୦୦)ରେ ଏହି ମହାକୁମ୍ଭ ସଫଳତାର ସହ ଆୟୋଜିତ ହୋଇଛି ।

୨୦୩୨ ପାଇଁ ହଙ୍ଗେରୀର ବୁଦାପେଷ୍ଟ, ଚୀନଳ କାତାରର ଦୋହା ଓ ଜର୍ମାନୀର ରୁହର ଆୟୋଜକ ହେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଆଇଓସି ଆୟୋଜକ ହେବା ପାଇଁ କେତେକ ନୂତନ ନିୟମ ଲାଗୁ କରିଥିଲା । ଯାହା ଫଳରେ ବ୍ରିସବେନ ବ୍ୟତୀତ ଅନ୍ୟ ସମସ୍ତେ ଏହି ଦୌଡରୁ ଓହରି ଯାଇଥିଲେ । ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଏହା ଦେଶ ପାଇଁ ଏକ ଐତିହାସିକ କ୍ଷଣ ବୋଲି ବର୍ଣ୍ଣନା କରିଛନ୍ତି ।

Leave A Reply

Your email address will not be published.